ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା

Date:

Share post:

ଭୁବନେଶ୍ୱର, (୨୧/୦୬) : ଆପ୍ର : ରାଜ୍ୟର ସମସ୍ତ ଉପ-ନିବନ୍ଧକ (SR) ଓ ଜିଲ୍ଲା ଉପ-ନିବନ୍ଧକ(DSR)ଙ୍କ କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ସମ୍ପର୍କରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ରାଜ୍ୟର ସମସ୍ତ SR ଓ DSR କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ୩୫୦ଟି PoS (Point of Sale) ମେସିନ୍ ସ୍ଥାପନ କରାଯିବ। ଏହି ମେସିନ୍‌ଗୁଡ଼ିକ ଭାରତୀୟ ବ୍ୟାଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ ଏବଂ ପଞ୍ଜୀକରଣ କାର୍ଯ୍ୟର ପରିମାଣକୁ ଆଧାର କରି ସେଗୁଡ଼ିକର ବଣ୍ଟନ କରାଯିବ । PoS ମେସିନ୍ କ୍ରୟ ପାଇଁ ଆବଶ୍ୟକ ଅର୍ଥ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରର ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। PoS ମେସିନ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଓ ନିରବଚ୍ଛିନ୍ନ ସେବା ନିଶ୍ଚିତ କରିବା ପାଇଁ ପାଞ୍ଚ ବର୍ଷ ଅବଧିର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି (AMC) କରାଯିବ । ବୈଠକରେ ଆହୁରି ନିଷ୍ପତ୍ତି ନିଆଯାଇଛି ଯେ, ସରକାରଙ୍କ ଅନୁମୋଦନ ପରେ ଏହି ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ପ୍ରସ୍ତୁତ କରାଯିବ ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ l ନାଗରିକମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ଦେୟ ପ୍ରଦାନକୁ ଉତ୍ସାହିତ କରିବା ସହ ପଞ୍ଜୀକରଣ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସୁବିଧା ଓ ଦକ୍ଷତା ଆଣିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଅତ୍ୟନ୍ତ ଜରୁରୀ ଏବଂ ଅପରିହାର୍ଯ୍ୟ ପରିସ୍ଥିତି ବ୍ୟତୀତ ନଗଦ କାରବାରକୁ ନିରୁତ୍ସାହିତ କରାଯିବ ବୋଲି ବୈଠକରେ ସ୍ପଷ୍ଟ କରାଯାଇଥିଲା । ବୈଠକରେ ଆଭାସୀ ମାଧ୍ୟମରେ ପଞ୍ଜୀକରଣ ମହାନିରୀକ୍ଷକ (IGR) ଯୋଗ ଦେଇଥିଲାବେଳେ ଅର୍ଥ ବିଭାଗର ଯୁଗ୍ମ ସଚିବ, ଡିଟି ଆଣ୍ଡ ଆଇର ଅଧିକାରୀଗଣ, ସାଇବର ଟ୍ରେଜେରୀର ପ୍ରତିନିଧି ଓ ଟ୍ରାକିସ୍ ଟେକ୍ନୋଲୋଜିଜ୍ ଲିମିଟେଡ୍‌ର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...