ଆଜି ନିଟ୍-ୟୁଜି ରି ଟେଷ୍ଟ, ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ

Date:

Share post:

ନୂଆଦିଲ୍ଲୀ, (୨୧/୦୬) : ଆପ୍ର : ଆଜି ନିଟ ୟୁଜି ପୁନଃ ପରୀକ୍ଷା । ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ ପରୀକ୍ଷା ହେବ । ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ ।

ରାଜ୍ୟରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ୯୮୩ଜଣ ଛାତ୍ରଛାତ୍ରୀ । ଭୁବନେଶ୍ବରରେ ସର୍ବାଧିକ ୨୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୭୨୦ ପରୀକ୍ଷାର୍ଥୀ ରହିଛନ୍ତି । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ ପ୍ରାୟ ୨ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ କରିଛି NTA । ପରୀକ୍ଷା ସମୟ ଅପରାହ୍ନ ୨ଟା ରୁ ୫ଟା୧୫ । ପରୀକ୍ଷାର୍ଥୀଙ୍କୁ ସକାଳ ୧୧ଟାରୁ ଦିପହର ୧ଟା ୩୦ ମଧ୍ୟରେ କେନ୍ଦ୍ରରେ ପହଞ୍ଚିବାକୁ ହେବ । ଠିକ୍ ୧ଟା୩୦ ମିନିଟ୍ ରେ ପରୀକ୍ଷା କେନ୍ଦ୍ରର ଗେଟ୍ ବନ୍ଦ ହୋଇଯିବ । ପରୀକ୍ଷାର୍ଥୀ ହାଲୁକା ଏବଂ ସାଧାରଣ ପୋଷାକ ପିନ୍ଧିବେ ।

ପୋଷାକରେ କୌଣସି ବଡ଼ ବୋତାମ, ମେଟାଲ୍ କିମ୍ବା ଭାରୀ ଏମ୍ବ୍ରୋଇଡେରୀ ରହିବ ନାହିଁ । ଜ୍ୟାକେଟ୍, ହୁଡି ଏବଂ ବନ୍ଦ ଜୋତା ପିନ୍ଧିବା ମନା । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ନୂତନ ଆଡମିଟ୍ କାର୍ଡ, ଏକ ବୈଧ ଫଟୋ ପରିଚୟ ପତ୍ର ଏବଂ ଆଟେଣ୍ଡାନ୍ସ ସିଟ୍ ପାଇଁ ପାସପୋର୍ଟ ସାଇଜ୍ ଫଟୋ ଆଣିବା ବାଧ୍ୟତାମୂଳକ । କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍, କାଲକୁଲେଟର, ୱାଲେଟ୍, ଅଳଙ୍କାର କିମ୍ବା ଖାଦ୍ୟ ସାମଗ୍ରୀ ପରୀକ୍ଷା ହଲ୍ କୁ ମନା । କେବଳ ଏକ ସ୍ୱଚ୍ଛ ପାଣି ବୋତଲ ନେବାକୁ ଅନୁମତି ରହିଛି । ସମଗ୍ର କେନ୍ଦ୍ର ସିସିଟିଭି ନଜରରେ ରଖାଯାଇଛି । ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପିଲାଙ୍କୁ ଆଣିବା ପାଇଁ ମାଗଣା ପରିବହନ ବ୍ୟବସ୍ଥା ହୋଇଛି । ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ବସ୍ ସୁବିଧା କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...