Homelocalବିକାଶର ଧାରା ଓଡ଼ିଶା ସାରା ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମ

ବିକାଶର ଧାରା ଓଡ଼ିଶା ସାରା ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (୨୧/୦୬) : ଆପ୍ର : “ବିକାଶର ଧାରା ଓଡ଼ିଶା ସାରା” ଓଡ଼ିଶା ସରକାରଙ୍କର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ସୁଶାନ୍ତ ପାଣି, ସିଡିପିଓ ମାଧୁରୀ ହୋତା, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଂଚଳିକ ସମସ୍ୟା ସୁଯୋଗ ଏବଂ ସରକାରୀ ହସ୍ତକ୍ଷେପ ବିଷୟରେ ଆଲୋଚନା କରାଯାଇଛି । ଏହି ଅବସରରେ ୯ ଗୋଟି ଅଙ୍ଗନବାଡ଼ି କର୍ମୀ ଉଲ୍ଲେଖନୀୟ ଅବଦାନ କରିଥିବାରୁ ତାଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଶତାଧିକ ନାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶୀଲ କୁମାର ପୋଡ଼ ସଭା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମିଶନଶକ୍ତି ବିପିସି ପିତାମ୍ବର ବାଗ, ବିପିଏସିଏ ଧିରଜ କୁମାର ମହାନନ୍ଦ, ଓଏଲ୍‌ଏମ୍‌ ବିଏଲ୍‌ସି ଜଗନ୍ନାଥ ପୁଟେଲ,ସମସ୍ତ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ସହ ବ୍ଲକର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments