ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଓଡିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ଓ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସମୀକ୍ଷା ବୈଠକ ଓ ଏକ ସାମ୍ବାଦିକ ସମ୍ମିଳନୀ ର ଅୟୋଜନ କରି ଉଭୟ ସରକାର ଙ୍କ ଜନ କଲ୍ୟାଣ ଯୋଜନା ଓ ସଫଳତା ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସେ ସମସ୍ତ ବିଭାଗର ସମୀକ୍ଷା ମଧ୍ୟ କରି ଥିଲେ । ଜିଲ୍ଲା ତଥା ରାଜ୍ୟ ରେ ଦେଖା ଦେଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ପର୍ୟ୍ୟଟନ, କୃଷି, ନିଯୁକ୍ତି, ପାନୀୟ ଜଳ, ଗମନା ଗମନ ଓ ପୌର ପରିଷଦ ର ଅବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା ଉପରେ ସାମ୍ୱାଦିକ ମାନେ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ଏ ସବୁ ସମସ୍ୟା ର ସମାଧାନ ପାଇଁ ଆମ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛି ବିଶେଷ କରି ଶିକ୍ଷା ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ର ରେ ସଂସ୍କାର ଆଣିବାକୁ ଆମ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ ।
ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ଏସପି ନାରାୟଣ ନାୟକ ଓ ଉଭୟ ଏ ଡି ଏମ ଙ୍କ ଉପସ୍ଥିତି ରେ ଅନୁଷ୍ଟିତ ସମୀକ୍ଷା ବୈଠକ ରେ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ଙ୍କ ସହିତ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରି ଉପସ୍ଥିତ ଥିବା ବେଳେ ବୀର ମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ବେଣୁ ଧର ଦାଶ, ବରିଷ୍ଠ ବିଜେପି ନେତା ଅଶୋକ ପୂଜାରୀ, ବଲାଙ୍ଗିର ସାଂସଦ ଙ୍କ ପ୍ରତିନିଧି ସାନନ୍ଦ ମେହେର ପ୍ରମୁଖ ଆୟୋଜିତ ଏହି ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ ।

