୩ ଦିନ ଜଳିବ ପଶ୍ଚିମ ଓଡ଼ିଶା, ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି

Date:

Share post:

ଭୁବନେଶ୍ୱର, (୨୬/୦୫) : ଆପ୍ର : ୩ ଦିନ ଜଳିବ ପଶ୍ଚିମ ଓଡ଼ିଶା । ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ସମ୍ବଲପୁର ବୌଦ୍ଧ ଏବଂ ବଲାଙ୍ଗିରକୁ ୨୭ ତାରିଖ ଯାଏ ରେଡ ଆଲର୍ଟ ଜାରି ହୋଇଛି । ଏହି ୩ ଦିନ ପ୍ରଚଣ୍ଡରୁ ଅତ୍ୟଧିକ ପ୍ରଚଣ୍ଡ ଗରମ ସହ ତାପମାତ୍ରା ବୃଦ୍ଧି ପାଇବ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା ଜାରି ରହିବ । ସେହପିରି ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଉପକୂଳ ଓଡ଼ିଶାରେ ତାପାମତ୍ରା କିଛିଟା କମ ରହୁଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ।

ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି । ଆସନ୍ତା ୨୯ଯାଏଁ ଏମିତି ସ୍ଥିତି ଲାଗି ରହିବ । ତେବେ ୨୮ ରୁ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନାହିଁ । ସେପଟେ ଉତ୍ତର ଉପକୂଳ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ବହିବା ସମ୍ଭାବନା ରହିଛି । ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୮ ଓ ୨୯ ଦୁଇ ଦିନ ମସ୍ଥ୍ୟଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । କିଛି କିଛି ଜିଲ୍ଲାରେ କାଳବୈଶାଖୀ ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...