ଠାକୁରମୁଣ୍ଡା ବ୍ଲକରେ କାଳବୈଶାଖୀର ତାଣ୍ଡବ, ଗଛ ପଡି ମାଆ ଆହତ ଓ ଝିଅର ମୃତ୍ୟୁ

Date:

Share post:

ମୟୁରଭଞ୍ଜ // କରଞ୍ଜିଆ, (୨୬/୦୫) : ଆପ୍ର : ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକରେ କାଳବୈଶାଖୀର ତାଣ୍ଡବ । ଠାକୁରମୁଣ୍ଡା ଖଡ଼ବନ୍ଧ ମଜୁରାପୋଷିରେ ଗଛ ପଡି ମାଆ ଆହାତ ଓ ଝିଅର ମୃତ୍ୟୁ

ମୃତକ ହେଲେ ମଜୁରାପୋଷିର ଦୁର୍ଯୋଧନ ପାତ୍ରଙ୍କ ଝିଅ ସ୍ୱିଟି । ଦୁର୍ଯ୍ୟୋଧନଙ୍କ ପତ୍ନୀ ପୂଜାରାଣୀଙ୍କ ହାତ ଭାଙ୍ଗିଯାଇଥିବା ବେଳେ, ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ଣରେ କାଳବୈଶାଖୀରେ ଦୁର୍ଯ୍ୟୋଧନଙ୍କ ଘରର ଆଜବେଷ୍ଟସ ଉଡାଇ ନେଇଥିଲା । ପରିବାର ଲୋକ ଏକ ପାଖ ଘରକୁ ଦୌଡ଼ି ଯାଉଥିବା ବେଳେ, ଏକ ବଡ଼ ଡାଳ ପୂଜାରାଣୀ ଓ ସ୍ବିଟିଙ୍କ ଉପରେ ପଡିଯାଇଥିଲା । ଉଭୟଙ୍କ ପରିବାର ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ଡାକ୍ତର ଝିଅ ସ୍ବିଟିଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ୩୦ ମିନିଟ ଧରି ଚାଲିଥିବା କାଳବୈଶାଖୀ ରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ମହିଳା ଗୁରୁତର ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଝଡ଼ର ପ୍ରଭାବରେ ବହୁ ଘରର ଛାତ ଉଡିଯାଇଥିବା ସହ ବହୁ ଗଛ ଭାଙ୍ଗି ପଡ଼ିଥିବାରୁ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି ।

ଏହି କାଳବୈଶାଖୀରେ ଠାକୁରମୁଣ୍ଡା, ଖଣ୍ ତାଳପଦା ଓ ପଡିଆବେଡା ରାଜସ୍ୱ ସର୍କଲ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଛି । ଫଳରେ ଅନେକ ଗ୍ରାମରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବାରୁ ଲୋକମାନେ ଅନ୍ଧାରରେ ରାତି କାଟୁଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...