ପୁରୀରେ ପହଁଚିଲା ରଥ ଦଉଡ଼ି

Date:

Share post:

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୨୮ଟି ଦଉଡ଼ି ଆସିଛି ।

ଓଡ଼ିଶା କତା ନିଗମ ପକ୍ଷରୁ ଏହି ଦଉଡ଼ି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ରଥ ଦଉଡ଼ିର ଲମ୍ବ ୨୨୦ଫୁଟ ବା ୬୭ ମିଟର ଓ ଗୋଲେଇ ୮ ଇଞ୍ଚ । ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି । ଆଉ ଦୁଇଟି ରଥ ଦଉଡି଼ ପ୍ରଶାସନ ମହଜୁଦ ରଖିଛି ।ସେପଟେ ରଥ ଖଳାରେ ରଥ କାର୍ଯ୍ୟ ଆଗେଇ ଚାଲିଛି । ବିଶ୍ଵକର୍ମାଙ୍କଠାରୁ ଆରମ୍ଭ କରି ଭୋଇ, ରୂପକାର ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ କାମ ଜାରି ରଖିଛନ୍ତି । ତିନି ରଥର ଦଉଡ଼ିର ନାମ ସ୍ୱତନ୍ତ୍ର ରହିଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦଉଡ଼ିର ନାମ ଶଙ୍ଖଚୂଡ଼ । ବଡ଼ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡ଼ି ନାମ ବାସୁକୀ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳର ରଥର ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

ମାଲକାନଗିରି, (୨୫/୦୬) : ଆପ୍ର : ବିଷାକ୍ତ ସାପକୁ ଧରି ମେଡ଼ିକାଲରେ ପହଁଚିଗଲେ ମହିଳା । ସାପ କାମୁଡ଼ିବା ପରେ ସେହି ସାପକୁ ଧରି...