ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

Date:

Share post:

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି ।

ମୃତ ବ୍ୟକ୍ତି ଜଣକ ନେପାଳ ମାଝି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଜଡ଼ାମୁଣ୍ଡା ଗାଁ ଗୋଲେଇପଡ଼ାର ନେପାଳ ଚଳିତ ରବିଋତୁରେ ୩ ଏକର ଜମିରେ ଧାନ ଓ ୨ ଏକରରେ ଚିନାବାଦାମ ଚାଷ କରିଥିଲେ । ଧାନ ବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ’ ୩୦ରେ ସେ ଟୋକନ୍ ପାଇଥିଲେ । ୩୬.୯୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା । ତେବେ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରିପାରି ନ ଥିଲେ । ଫଳରେ ଟ୍ରାକ୍ଟର, ଡ୍ରେସର ମେସିନ ଓ ୩ ଛୁଆଙ୍କ ପାଠପଢ଼ା ବାବଦ ଖର୍ଚ୍ଚକୁ ନେଇ ମାନସିକ ଚାପରେ ରହିଥିଲେ । ଗତ ସୋମବାର ଧାନ ବିକ୍ରି ସମସ୍ୟାକୁ ନେଇ ଜଡ଼ାମୁଣ୍ଡା ମଣ୍ଡିର ଚାଷୀମାନେ ଧାନ ବିକ୍ରି ଦାବିରେ ସି.ଏସ.ଓ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । ଏଥିରେ ନେପାଳ ମଧ୍ୟ ସାମିଲ ହୋଇଥିଲେ ।

ଅପରାହ୍ନରେ ଘରକୁ ଫେରିବାରୁ ଟଙ୍କା ପାଇଁ ପରିବାର ଲୋକଙ୍କ ସହ ତର୍କ ବିତର୍କ ହୋଇଥିଲା । ଧାନ ବିକ୍ରି ହେଉନି ଟଙ୍କା କେଉଁଠୁ ଆସିବ ? ଟଙ୍କା ଆସିଲେ ସିନା ଧାରଉଧାର ଶୁଝିବି ଓ ପରିବାର ଚଳାଇବି ବୋଲି ସେ କହିଥିବା ଜଣାପଡ଼ିଛି । ତେବେ, ପରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ପ୍ରାଣ ତ୍ୟାଗ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଆଦିବାସୀ ସଂଘ ପକ୍ଷରୁ ସରକାରଙ୍କ ଖାମଖିଆଲି ନୀତିକୁ ଦାୟୀ କରିଛନ୍ତି ସଂଘର ସଭାପତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

ମାଲକାନଗିରି, (୨୫/୦୬) : ଆପ୍ର : ବିଷାକ୍ତ ସାପକୁ ଧରି ମେଡ଼ିକାଲରେ ପହଁଚିଗଲେ ମହିଳା । ସାପ କାମୁଡ଼ିବା ପରେ ସେହି ସାପକୁ ଧରି...