କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

Date:

Share post:

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ଜିଲ୍ଲାର ଅନ୍ୟ ଏକ ଥାନା ଅଞ୍ଚଳରେ ବସବାସ କରୁଥିବା ଜଣେ ନାବାଳିକା ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଲିଖିତ ଅଭିଯୋଗ ଦେଇଛନ୍ତି । ସୂଚନା ଅନୁଯାୟୀ, ନାବାଳିକା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜି.ଉଦୟଗିରି ଅଞ୍ଚଳର ଏକ ହୋଟେଲରେ କିଛି ବ୍ୟକ୍ତି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଅଭିଯୋଗ ପାଇବା ପରେ ପ୍ରଥମେ ଫୁଲବାଣୀ ଟାଉନ୍ ଥାନାରେ ଏହାର ଏଣ୍ଟ୍ରି କରାଯାଇଥିଲା । କିନ୍ତୁ ଘଟଣାସ୍ଥଳ ଜି.ଉଦୟଗିରି ଥାନା ଅଞ୍ଚଳ ଭିତରେ ଥିବାରୁ ମାମଲାଟିକୁ ଗତ ୨୨ ତାରିଖରେ ସେଠାକୁ ସ୍ଥାନାନ୍ତର କରାଯାଇଥିଲା ।

ମାମଲା ହସ୍ତାନ୍ତର ପରେ ଜି.ଉଦୟଗିରି ଥାନାର ଆଇଆଇସି ବିଜୟ କୁମାର ସ୍ୱାଇଁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ପକ୍ଷରୁ ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ବୋଲି କୁହାଯାଇଛି । ତେଣୁ ତଦନ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୁକ୍ତଙ୍କ ପରିଚୟ, ଘଟଣାସ୍ଥଳର ସଠିକ୍ ବିବରଣୀ ଓ ଅନ୍ୟାନ୍ୟ ତଥ୍ୟକୁ ଗୋପନ ରଖାଯାଇଛି ।

ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ପୀଡ଼ିତାଙ୍କ ବୟାନ, ସମ୍ଭାବ୍ୟ ସାକ୍ଷୀଙ୍କ ତଥ୍ୟ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଉଛି । ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହେବା ପରେ ଅଧିକ ସୂଚନା ସାର୍ବଜନୀନ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି। ବର୍ତ୍ତମାନ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

ମାଲକାନଗିରି, (୨୫/୦୬) : ଆପ୍ର : ବିଷାକ୍ତ ସାପକୁ ଧରି ମେଡ଼ିକାଲରେ ପହଁଚିଗଲେ ମହିଳା । ସାପ କାମୁଡ଼ିବା ପରେ ସେହି ସାପକୁ ଧରି...