ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

Date:

Share post:

ଭୁବନେଶ୍ବର, (୧୩/୦୬) : ଆପ୍ର : ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା । ଉତ୍ତର ଓଡ଼ିଶା ଦିଗରୁ ରାଜ୍ୟରେ ପ୍ରବେଶ କଲା ମୌସୁମୀ ।

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ, ଗୁରୁବାର ଦିନର ସୂଚନାଥିଲା କି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଥିଲା । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିଲା ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲା ଗୁଡିକରେ ବର୍ଷା ବିଜୁଳି ସହ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...