ହିନ୍ଦୋଳ, (୧୩/୦୬) : ଆପ୍ର : ସାପୁଆ ଡ୍ୟାମରେ ଅଘଟଣ । ଡ୍ୟାମରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକ ମୃତ । ସାପୁଆ ଡ୍ୟାମକୁ ଗାଧେଇବାକୁ ଯାଇ ବୁଡିଯାଇ ଯୁବକ ମୃତ ।
ମୃତ ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଢ଼ା ଗ୍ରାମର ରାଜେନ୍ଦ୍ର ବିଶ୍ଵାଳ । ବୟସ ୧୭ ବର୍ଷ । ରାସୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ସକାଳ ୯ଟା ସମୟରେ ୩ଜଣ ସାଙ୍ଗ ସାପୁଆ ଡ୍ୟାମକୁ ବୁଲିବାକୁ ଯାଇଥିବା ବେଳେ ରାଜେନ୍ଦ୍ର ଗାଧେଇବାକୁ ପାଣିକୁ ଯାଇ ବୁଡି ଯାଇଥିଲେ ।

