ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ହାଇୱା, ଚାପି ହୋଇଗଲେ ଡ୍ରାଇଭର

Date:

Share post:

ବାଲିଗୁଡା, (୧୩/୦୬) : ଆପ୍ର : ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ହାଇୱା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କୁରୁମୁଲି ଘାଟିରେ ଘଟିଛି ଦୁର୍ଘଟଣା ।

ଦୁର୍ଘଟଣା ପରେ ହାଇୱା ଭିତରେ ଚାପି ହୋଇଗଲେ ଡ୍ରାଇଭର । ଗୁରୁତର ଡ୍ରାଇଭର ସାରଙ୍ଗଡ଼ ଥାନା ଦଣ୍ଡିମାହାର ବାଞ୍ଛା ପରିଜା ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଫୁଲବାଣୀରୁ ସିମେଣ୍ଟ ବୋଝେଇ ହାଇୱା ଟି କ.ନୂଆଗାଁ ଅଭିମୁଖେ ଆସୁଥିବା ବେଳେ କୁରୁମୁଲି ଘାଟି ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । କ.ନୂଆଗାଁ ପୋଲିସ ଓ ସାରଙ୍ଗଡ଼ ଅଗ୍ନିଶମ ବାହିନୀ ର ଉଦ୍ୟମ ପରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ମୁଖ୍ୟ ରାସ୍ତାରେ ହାଇୱା ଦୁର୍ଘଟଣା ପରେ କ.ନୂଆଗାଁ ରୁ ସାରଙ୍ଗଡ଼ -ଫୁଲବାଣୀ କୁ ଯାତାୟାତ ଠପ ରହିଛି । ଦୁର୍ଘଟଣା ଗସ୍ତ ହାଇୱା ସହ ମୁଖ୍ୟ ରାସ୍ତାରେ ପଡ଼ିଥିବା ସିମେଣ୍ଟ ହଟେଇବାକୁ ପ୍ରଶାସନ ଓ ପୋଲିସ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି L ରାସ୍ତା ଜାମ ଫଳ ରେ ଉଭୟ ପାର୍ଶ୍ୱ ରେ ବହୁ ଗାଡି ମୋଟର ଅଟକି ରହିଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...