Homebreaking newsପୁରୁଣା ୱାରେଣ୍ଟି ସମ୍ପାଦନ ବେଳେ ପୋଲିସ୍ ଦ୍ବାରା ଅବକାରୀ ରେଡ, ଦେଶୀ ମହୁଲି ମଦ ପୋଚ...

ପୁରୁଣା ୱାରେଣ୍ଟି ସମ୍ପାଦନ ବେଳେ ପୋଲିସ୍ ଦ୍ବାରା ଅବକାରୀ ରେଡ, ଦେଶୀ ମହୁଲି ମଦ ପୋଚ ଜବତ ସହ ନଷ୍ଟ

ରାଇକିଆ, (୦୮/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ ପକ୍ଷରୁ ରାଇକିଆ ଥାନା ଅଞ୍ଚଳରେ ବ୍ୟାପକ ଭାବେ ବହୁ ବର୍ଷରୁ ପଡ଼ି ରହିଥିବା ପୁରୁଣା ମକଦ୍ଦମା ଗୁଡ଼ିକର ୧୮ ଜଣ ୱାରେଣ୍ଟି ମାନଙ୍କୁ ଧରପଗଡ ସହ ଗିରଫ କରି ମାନ୍ୟବର ଅଦାଲତ ତଥା ବିଚାରପତିଙ୍କ ନିକଟରେ ଦାଖଲ କରିବାକୁ ୱାରେଣ୍ଟ ଏକ୍ଜିକ୍ୟୁସନ କରାଯାଇଥିବା ପୋଲିସ ପକ୍ଷରୁ ଥାନା ଅଧିକାରି ଏ ସ୍ୱର୍ଣ୍ଣଲତା ପାତ୍ର ଜଣାଇଛନ୍ତି ।WhatsApp Image 2026 06 07 at 20.12.53

ଏହି ୱାରେଣ୍ଟ ଗୁଡ଼ିକ ସମ୍ପାଦନ ବେଳେ କୌଣସି ସୂତ୍ରରୁ ସୂଚନା ପାଇ ମଣ୍ଡାକିଆ ଅଞ୍ଚଳରେ ପୋଲିସ୍ ଦ୍ବାରା ଅବକାରୀ ରେଡ ମଧ୍ୟ କରାଯାଇଥିଲା, ଏହି କ୍ରମରେ ବେଆଇନ ଭାବେ ଚାଲିଥିବା ଏକ ଦେଶି ମହୁଲି ଭାଟି ଠାବ କରି ବହୁ ପରିମାଣରେ ମହୁଲି ପୋଚ ଜବତ କରି ନଷ୍ଟ କରାଯାଇଥିଲାଓ ମକଦ୍ଦମା ରୁଜୁ କରାଯାଇଥିବା ରାଇକିଆ ଥାନା ଅଧିକାରି ଏ ସ୍ୱର୍ଣ୍ଣଲତା ପାତ୍ର ଗଣ ମାଧ୍ୟମକୁ ସୂଚାଇଛନ୍ତି ରାଇକିଆ ଅଞ୍ଚଳରେ ଚୋରା ତଥା ବେଆଇନ୍ ଦେଶୀ ମଦ ପ୍ରସ୍ତୁତକାରୀ ଏବଂ କାରବାର ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖାଯାଇଛି ।WhatsApp Image 2026 06 07 at 20.12.53 1

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments