ପୁରୁଣା ୱାରେଣ୍ଟି ସମ୍ପାଦନ ବେଳେ ପୋଲିସ୍ ଦ୍ବାରା ଅବକାରୀ ରେଡ, ଦେଶୀ ମହୁଲି ମଦ ପୋଚ ଜବତ ସହ ନଷ୍ଟ

Date:

Share post:

ରାଇକିଆ, (୦୮/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ ପକ୍ଷରୁ ରାଇକିଆ ଥାନା ଅଞ୍ଚଳରେ ବ୍ୟାପକ ଭାବେ ବହୁ ବର୍ଷରୁ ପଡ଼ି ରହିଥିବା ପୁରୁଣା ମକଦ୍ଦମା ଗୁଡ଼ିକର ୧୮ ଜଣ ୱାରେଣ୍ଟି ମାନଙ୍କୁ ଧରପଗଡ ସହ ଗିରଫ କରି ମାନ୍ୟବର ଅଦାଲତ ତଥା ବିଚାରପତିଙ୍କ ନିକଟରେ ଦାଖଲ କରିବାକୁ ୱାରେଣ୍ଟ ଏକ୍ଜିକ୍ୟୁସନ କରାଯାଇଥିବା ପୋଲିସ ପକ୍ଷରୁ ଥାନା ଅଧିକାରି ଏ ସ୍ୱର୍ଣ୍ଣଲତା ପାତ୍ର ଜଣାଇଛନ୍ତି ।

ଏହି ୱାରେଣ୍ଟ ଗୁଡ଼ିକ ସମ୍ପାଦନ ବେଳେ କୌଣସି ସୂତ୍ରରୁ ସୂଚନା ପାଇ ମଣ୍ଡାକିଆ ଅଞ୍ଚଳରେ ପୋଲିସ୍ ଦ୍ବାରା ଅବକାରୀ ରେଡ ମଧ୍ୟ କରାଯାଇଥିଲା, ଏହି କ୍ରମରେ ବେଆଇନ ଭାବେ ଚାଲିଥିବା ଏକ ଦେଶି ମହୁଲି ଭାଟି ଠାବ କରି ବହୁ ପରିମାଣରେ ମହୁଲି ପୋଚ ଜବତ କରି ନଷ୍ଟ କରାଯାଇଥିଲାଓ ମକଦ୍ଦମା ରୁଜୁ କରାଯାଇଥିବା ରାଇକିଆ ଥାନା ଅଧିକାରି ଏ ସ୍ୱର୍ଣ୍ଣଲତା ପାତ୍ର ଗଣ ମାଧ୍ୟମକୁ ସୂଚାଇଛନ୍ତି ରାଇକିଆ ଅଞ୍ଚଳରେ ଚୋରା ତଥା ବେଆଇନ୍ ଦେଶୀ ମଦ ପ୍ରସ୍ତୁତକାରୀ ଏବଂ କାରବାର ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବ୍ରାହ୍ମଣୀରେ ଅଘଟଣ; ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ଅନୁଗୁଳ, (୦୮/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ତାଳଚେରରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି । ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ...

ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ

ସୋର, (୦୮/୦୬) : ଆପ୍ର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର...

ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଦୁର୍ବୃତ୍ତ ଫେରାର

ପଦ୍ମପୁର, (୦୮/୦୬) : ଆପ୍ର : ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ...

ସମ୍ପତ୍ତି ଲୋଭ ହେଲା କାଳ, ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ

କଟକ, (୦୮/୦୬) : ଆପ୍ର : କଟକ ସାଲେପୁରରେ ଚାଞ୍ଚଲ୍ୟ । ସମ୍ପତ୍ତି ଲୋଭ ହେଲା କାଳ । ହିତାହିତ ଜ୍ଞାନ ଭୁଲିଗଲା ମଣିଷ...