Homelocalଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ ( ଭୁବନେଶ୍ୱରରୁ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ମୂଳଦୁଆ ପକାଇଲେ ମୁଖ୍ୟମନ୍ତ୍ରୀ...

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ ( ଭୁବନେଶ୍ୱରରୁ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ମୂଳଦୁଆ ପକାଇଲେ ମୁଖ୍ୟମନ୍ତ୍ରୀ )

ଗୁଣପୁର, (୮/୬) : ଆପ୍ର : ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ମେଧାବୀ ଓ ଆଧୁନିକ ଜ୍ଞାନକୌଶଳରେ ସମୃଦ୍ଧ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆସିଛନ୍ତି ରାଜ୍ୟ ସରକାର ।

ଆଜି ନାଇରା ସ୍ଥିତ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପ୍ରସ୍ତାବିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭବ୍ୟ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଦୂର ନାଇରା ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଯୋଡ଼ି ହୋଇ ଏହି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସତ୍ୟବାଦୀ ବନ ବିଦ୍ୟାଳୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତି ଓ ଆଦର୍ଶରେ ଏହି ଯୋଜନା ଆରମ୍ଭ କରାଯାଇଛି ।

ଏହି ଅବସରରେ ଭୁବନେଶ୍ୱରରୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସରକାର ଶିକ୍ଷାର ଅସଲ ମାନ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ଓ ସମଗ୍ର ରାଜ୍ୟରେ ୨,୨୦୦ ଟି ପ୍ରାଥମିକ ବିଦ୍ୟାଳୟକୁ ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଭାବେ ବିକଶିତ କରାଯିବାପାଇଁ ୧୨୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଗ୍ରାମାଞ୍ଚଳର ଅଭିଭାବକମାନେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରୁ ଆସ୍ଥା ହରାଉଥିବା ବେଳେ ଏହି ଆଦର୍ଶ ସ୍କୁଲ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ କଡ଼ା ଟକ୍କର ଦେବ ।

ପଦ୍ମପୁର ବ୍ଲକ୍ ନାଇରା ଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଶ୍ରୀ ବିଦ୍ୟାଧର ଶବର, ଜିଲ୍ଲା ପରିଷଦ(ଖ )ସଦସ୍ୟା ଶ୍ରୀମତୀ ଡର୍ଗିନ୍ ଶବର, ପଦ୍ମପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମଣିମାଳା ଶବର , ନାଇରା ସମିତି ସଭ୍ୟା ଶ୍ରୀମତୀ ସୁମି ଶବର, ସାଂସଦ ପ୍ରତିନିଧି M . ସୁରେଶ କୁମାର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତୁଳସୀ ଶବରଙ୍କ ସମେତ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହୃଷୀକେଶ ରଥ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରସେନ ଲିମା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ରବିନ୍ ପାଣି ଆଦି ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୀମାଞ୍ଚଳ ବିଡ଼ିକା ଆବାହକ ରୂପେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଏବଂ ସହସ୍ରାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ୍ ସ୍କ୍ରିନ୍‌ରେ ଶିଳାନ୍ୟାସ ଫଳକ ଉନ୍ମୋଚନ କରିବା କ୍ଷଣି ସମଗ୍ର ନାଇରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା ଏବଂ ଉପସ୍ଥିତ ଜନସାଧାରଣ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପରିକଳ୍ପିତ ବିଦ୍ୟାଳୟର ନାମ ଫଳକର ଉନ୍ମୋଚନ କରାଯାଇଥିଲା ।

କାର୍ଯ୍ୟକ୍ରମକୁଟି କୁ ପଦ୍ମପୁର ସି ଆର୍ ସି ସି ଅଜିତ୍ ଚୌଧୁରୀ, ବିଦ୍ୟାଳୟ ଶିକ୍ଷକ ଧବଳେଶ୍ୱର , ନାଇରା CRCC ମାଝୀ ଶବର ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୂଚାରୁ ରୂପେ ସମ୍ପାଦନ କରିବା ବେଳେ ଶିକ୍ଷକ ନୀଳମାଧବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments