Homelocalଦେଓଗାଁ ବ୍ଲକ କଳାକାର ସଂଘର ନୂଆଖାଇ ଭେଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ ବ୍ଲକ କଳାକାର ସଂଘର ନୂଆଖାଇ ଭେଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (୦୮/୦୯) : ଆପ୍ର : ଦେଓଗାଁ ବ୍ଲକସ୍ଥିତ ନାଗେଶ୍ୱର ଯୁବକ ସଂଘରେ ଦେଓଗାଁ ବ୍ଲକ କଳାକାର ସଂଘ ପକ୍ଷରୁସୋମବାର ଅପରାହ୍ନରେ ଦେଓଗାଁ ବ୍ଲକ କଳାକାର ସଂଘର ଉପସଭାପତି ତଥା ବଲାଙ୍ଗିର ଜିଳ୍ଲା କଳାକାର ସଂଘର ଉପସଭାପତି ସୁଦାମ ବିଶିଙ୍କ ସଭାପତିତ୍ୱରେ ଆସନ୍ତା ୨୪ ତାରିଖ ଦିନ ହେବାକୁ ଥିବା ନୂଆଖାଇ ଭେଟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଦେଓଗାଁ ବ୍ଲକର ସମସ୍ତ କଳାକାର ଯେପରି ଭାଗ ନେବେ ସେଥିପାଇଁ କଳାକାରମାନେ ଯୋଗାଯୋଗ କରିବାକୁ ସଭାପତି ଶ୍ରୀ ବିଶି ଅନୁରୋଧ କରିଥିଲେ । ଅନ୍ୟ ପକ୍ଷରେ ଦେଓଗାଁ ବ୍ଲକର କଳାକାରମାନେ ବର୍ତ୍ତମାନ ସୁଦ୍ଧା ଅବହେଳିତ ହୋଇ ରହିଛନ୍ତି, ତେଣୁ ବ୍ଳକ କଳାକାର ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ବିଭୂଚରଣ ରଣା, ଶ୍ରୀବତ୍ସ ସାହୁ, ଶରତ ପୁଟେଲ, ଚିତ୍ର ସୁନା, ଯୌବନ ନନ୍ଦ, ଗଣ୍ଡାରାମ କପାଟ, ଭୀମ ସାଗର, ଶୈଳଭାମା ନାଏକ ପ୍ରମୁଖ ଅଂଶ ଗଅହଣ କରିଥିବା ବେଳେ ଦେଓଗାଁ ବ୍ଲକ ସାହିତ୍ୟ ଘର ସଂପାଦକ ତଥା ବରିଷ୍ଠ କଳାକାର ଧନେଶ୍ୱର ଥନାପତି ଧନ୍ୟବାଦ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments