Homelocalଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି

ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି

ଆଳି, (୨୫/୦୮) : ଆପ୍ର : ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗଙ୍ଗାଧର ପ୍ରସାଦ ଡ଼ିଆ ଗାଁ ଖରସ୍ରୋତା ନଦୀକୂଳରେ ଅଘଟଣ ଘଟିଛି ।

ନିଖୋଜ ବୃଦ୍ଧ ହେଲେ ୬୦ ବର୍ଷିୟ ପାରେଶ୍ବର ବେହେରା । ନଦୀ ପାର ହେବାକୁ ଘାଟରେ ଡଙ୍ଗା ପାଇଁ ଠିଆ ହୋଇଥିବାବେଳେ କୁମ୍ଭୀର ଟାଣିନେଇଥିଲା । ସୂଚନା ଅନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ପରେଶ୍ୱର ଡଙ୍ଗା ନିକଟକୁ ଯାଉଥିଲେ । ଠିକ୍‌ ଏହି ସମୟରେ ହଠାତ୍‌ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପଟେ, ନଦୀରେ କୁମ୍ଭୀର ଆତଙ୍କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ନିଖୋଜ ପରେଶ୍ୱର ବେହେରାଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments