Homelocalବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା, ବାଙ୍କୀରେ ସାହସୀ ବାଳକକୁ ନେଇ ଚର୍ଚ୍ଚା

ବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା, ବାଙ୍କୀରେ ସାହସୀ ବାଳକକୁ ନେଇ ଚର୍ଚ୍ଚା

ବାଙ୍କୀ, (୨୫/୦୮) : ଆପ୍ର : ଦୀର୍ଘ ସମୟ ବାରହା ସହ ଲଢ଼ି ନିଜ ଜୀବନ ବଞ୍ଚାଇଲା ବାଳକ । ବାଙ୍କୀର ସାହସୀ ବାଳକକୁ ନେଇ ଚର୍ଚ୍ଚା । ସ୍ଥାନୀୟ ଅଂଚଳରେ ଏହି ସାହସୀ ବାଳକକୁ ପ୍ରଶଂସା କରାଯାଉଛି ।

ଜଣେ ନାବାଳକ ଶୌଚ ଯାଇଥିବା ବେଳେ ହଠାତ୍ ବାରହା ଆକ୍ରମଣ କରିଥିଲା । ବାରହାକୁ ନ ଡରି ତାସହ ଲଢ଼େଇ କରିଥିଲା ନାବାଳକ। ବହୁ ସମୟ ଲଢ଼ିବା ସହ ଚିତ୍କାର କରିଥିଲା । ଚିତ୍କାର ଶୁଣି ଗାଁ ଲୋକ ଧାଇଁ ଆସିଥିଲେ । ଲୋକେ ପିଲାଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ, ହେଲେ ଉଦ୍ଧାର କରିପାରିନଥିଲେ । ପରେ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା । ବାଙ୍କୀ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବାରହାକୁ କାବୁ କରିବା ସହ ନାବାଳକକୁ ଉଦ୍ଧାର କରିଥିଲେ । ବାରହା ଆକ୍ରମଣ କଲାବେଳେ ବାଳକ ଜଣକ ସାହାସ ଜୁଟାଇ ପ୍ରତିରୋଧ କରି ତାକୁ ଜାବୁଡ଼ି ଧରିପାଣି ଭିତରେ ରହିଥିଲା । ଆହାତ ବାଳକକୁ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ୧୫ ବର୍ଷୀୟ ବାଳକକୁ ପ୍ରଶଂସା କରିଛନ୍ତି ସ୍ଥାନୟୀ ବାସିନ୍ଦା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments