Homelocalପଲ୍ଲୀ ଆଲୋକ ପାଠାଗାର ଠାରେ ମାଗଣା ଚକ୍ଷୁ ଶିବିର

ପଲ୍ଲୀ ଆଲୋକ ପାଠାଗାର ଠାରେ ମାଗଣା ଚକ୍ଷୁ ଶିବିର

ଆଗଲପୁର, (୦୭/୧୧) : ଆପ୍ର : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଠାରେ ତ୍ରିଲୋଚନ ନେତ୍ରାଳୟ ଓ ପଲ୍ଲୀ ଆଲୋକ ପାଠାଗାରର ମିଳିତ ଆନୁକୂଲ୍ୟରେ “ମାଗଣା ଚକ୍ଷୁ ଶିବିର” ପଲ୍ଲୀ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଆଖପାଖ ଗ୍ରାମାଞ୍ଚଳରୁ ୭୨ ଜଣ ରୋଗୀ ଯୋଗଦେଇ ଚକ୍ଷୁ ପରୀକ୍ଷା, ପରାମର୍ଶ ତଥା ମାଗଣା ଚଷମା ପାଇବା ସହିତ ୧୯ ଜଣ ରୋଗୀଙ୍କୁ ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା । ଡା. ଅଜୟ କୁମାର ସ୍ୱାଇଁଙ୍କ ପରିଚାଳନା କ୍ରମେ ଆସିଷ୍ଟାଣ୍ଟ ଦିଲେଶ୍ଵରୀ ଦୀପ, ଗୀତାଞ୍ଜଳି ବାଗ, ଲିପସା ମଞ୍ଜରୀ ପାତ୍ର, ରୋଜିରାଣୀ ପଧାନ ପ୍ରମୁଖ ଚକ୍ଷୁ ରୋଗୀଙ୍କ ଚିକିତ୍ସା କରିଥିବା ବେଳେ ଅଜପାନନ୍ଦ ସାହୁ ଓ ପଲ୍ଲୀ ଆଲୋକ ପାଠାଗାରର ପ୍ରଶାନ୍ତ କୁଅଁର, ଆଶିଷ ବିଶ୍ୱାଳ, ସତ୍ୟ ରଞ୍ଜନ ମହାଲିଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments