NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ

Date:

Share post:

ନୂଆଦିଲ୍ଲୀ, (୧୭/୦୬) : ଆପ୍ର : NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି

ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଛି । ଭାରତରେ ଟେଲିଗ୍ରାମକୁ ବନ୍ଦ କରାଯାଇଛି । NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ଏହା ସହିତ ଟେଲିଗ୍ରାମରେ ମେସେଜ୍ ଏଡିଟିଂ ଫିଚରକୁ ଜୁନ୍ ୩୦ ପର୍ଯ୍ୟନ୍ତ ଆକ୍ସେସ୍ କରିପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି NTA ।

କେନ୍ଦ୍ର ସରକାର ୨୧ ଜୁନରେ ହେବାକୁ ଥିବା ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରସୋର କରିଛି । ପୂର୍ବରୁ ମଇରେ ହୋଇଥିବା ପରୀକ୍ଷାରେ କିଛି ପ୍ରଶ୍ନ ଲିକ୍ ହେବା ଅଭିଯୋଗ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛି NTA । ଏଥର ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ । ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯାଇଛି ।

ସେହିପରି ରଫ୍ ଓ୍ୱର୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଶ୍ନ ପୁସ୍ତିକାରେ ରଫ୍ କାମ ପାଇଁ ପୃଷ୍ଠା ସଂଖ୍ୟା ଦ୍ୱିଗୁଣିତ କରାଯାଇଛି । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କେବଳ ଦୁଇଟି ପୃଷ୍ଠା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏବେ ସେମାନଙ୍କର ଚାରିଟି ରହିବ । ପ୍ରଥମରେ ୨ଟି ପୃଷ୍ଠା ଏବଂ ଶେଷରେ ଆଉ ୨ ପୃଷ୍ଠା ରହିବ । ଯାହାଦ୍ବାରା ଛାତ୍ରଙ୍କୁ ଅଧିକ ସୁବିଧା ମିଳିବ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...