Homelocalରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ । ଆୟାଜକ ଅମରେନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାୟଗଡା ସହର ସ୍ଥିତ ରାମକୃଷ୍ଣ ନଗର ଠାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ରଜ ମଉଜWhatsApp Image 2026 06 17 at 09.38.39

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସେଞ୍ଚୁରୀୟନ୍ ୟୁନିଭରସିଟିର ନିର୍ଦ୍ଧେଶକ ଡକ୍ଟର ରାଜେଶ କୁମାର ପାଢ଼ୀ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେରାଜ କିଶୋର ପଣ୍ଡା ଏବଂ ବିପିନ ବିହାରୀ ବିଶ୍ୱାଳ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମରେ ଝୋଟି ପ୍ରତିଯୋଗିତା, ବାସ୍କେଟ ବୋଲ୍, ମ୍ୟୁଜିକାଲ ଚେୟାର, ମାଠିଆ ଭଙ୍ଗା ସାଙ୍ଗକୁ ରଜ ଦୋଳି ଖେଳି ସମସ୍ତେ ରଜ ମଉଜକୁ ଉତ୍ସାହର ସହିତ ପାଳନ କରିଥିଲେ । ସ୍ଥାନୀୟ ରାମକୃଷ୍ନ ନଗରରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ରଜ ମଉଜ । କାର୍ଯ୍ଯକ୍ରମକୁ ଆକର୍ଷଣୀୟ, ସ୍ମରଣୀୟ କରିବା ପାଇଁ ମହିଳା ମାନଙ୍କ ଦ୍ୱାରା ମେହେନ୍ଦି, ନାଚ ଗୀତ ଭଳି ପ୍ରତଯୋଗିତା ହୋଇଥିଲା । ସମସ୍ତେ ନୂତନ ଵସ୍ତ୍ର ପରିଧାନ କରିବା ସହିତ ପାଦରେ ଅଳିତା ହାତରେ ମେହେନ୍ଦି ଲଗେଇ ଖୁବ୍ ସୁନ୍ଦର ଭାବରେ ନିଜେ ନିଜକୁ ସଜେଇ ହୋଇଥିଲେ । ରଜ ପର୍ବ ଭରପୂର ମଜା ଉଠାଇଥିଲେ ଉପସ୍ଥିତ ମହିଳା ଓ ଝିଅ ମାନେ ।WhatsApp Image 2026 06 17 at 09.21.35

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଢ଼ୀଙ୍କ କର କମଳରେ ପ୍ରତିଯୋଗୀତା ଗୁଡ଼ିକରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ପୂର୍ଣ୍ଣ କାର୍ଯକ୍ରମକୁ ସ୍ମିତା ରାଣୀ ପରିଡ଼ା, ପ୍ରଜ୍ଞାଞ୍ଜଳି ରାଉତ ଏବଂ ପ୍ରଜ୍ଞାନୀ ଲେଙ୍କା ପରିଚାଳନା କରିଥିଲେ । ଆଗାମି ଦିନରେ ଏହି ରଜ ମଉଜ ବଡ଼ ଧରଣରେ ପାଳନ କରିବା ସହିତ ରଜ କ୍ୱିନ ୨୦୨୭ ପାଳନ କରାଯିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନା ।ରାମକୃଷ୍ଣ

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments