ଭୁବନେଶ୍ୱର, (୧୦/୧୧) : ଆପ୍ର : କମିଲା ପାରଦ, ବଢ଼ିଲା ଶୀତ । ଆହୁରି କମିବ ରାତି ତାପମାତ୍ରା । ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ ।
ଆଜି ରାଜ୍ୟରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡ଼ି ୧୫, ଭବାନୀପାଟଣା୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁରରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ମଧ୍ୟ ୧୫° ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଶୀତର ଲହରୀ ସହ ଘନ କାକରର ଆସ୍ତରଣ ଦେଖିବାକୁ ମିଳିଛି । ଏହିଭଳି ପାଗ ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ସୁଷ୍କବାୟୁ ପ୍ରବାହିତ ହେବା ଯୋଗୁ ଉଭୟ ଦିନ ଓ ରାତି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇପାରେ ।

