ଭୁବନେଶ୍ୱର, (୧୦/୦୬) : ଆପ୍ର : ଲୁଡୁ ଖେଳରୁ ମହାଭାରତ । ଲୁଡୁ ଖେଳକୁ ନେଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ । ଭୁବନେଶ୍ୱର ବଡ଼ଗଡ଼ ଥାନା ଚିଲି ପୋଖରୀ ନିକଟରେ ଛୁରାମାଡ଼ ।
ଆହତ ଯୁବକଙ୍କ ନାଁ ଶଙ୍କର ଡାକୁଆ । ତାଙ୍କ ନାକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚାନ୍ଦିନୀ ଉପରେ ଲୁଡୁ ଖେଳକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । ପ୍ରଥମେ ବଚସା ଓ ମାଡପିଟ ପରେ ଛୁରାମାଡ଼ ହୋଇଥିଲା । ଘଟଣାରେ ଏକାଧିକ ନାବାଳକ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଅଭିଯୋଗ ପାଇବା ପରେ ବଡ଼ଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ସନ୍ଧ୍ୟା ହେଲେ ଚିଲି ପୋଖରୀ ଅଞ୍ଚଳରେ ନିଶାଡ଼ି ଓ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି । ପୋଲିସ ନଜର ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

