Homelocalଆଗାମୀ ଦୁଇ ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନ ନାହିଁ, ଲାଗି ରହିବ ଗରମ ଗୁଳୁଗୁଳି

ଆଗାମୀ ଦୁଇ ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନ ନାହିଁ, ଲାଗି ରହିବ ଗରମ ଗୁଳୁଗୁଳି

ଭୁବନେଶ୍ୱର, (୧୦/୦୬) : ଆପ୍ର : ଆଗାମୀ ଦୁଇ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଲାଗି ରହିବ ଗରମ ଗୁଳୁଗୁଳି ।

ଏହା ସହିତ ଆଗାମୀ ୫ ଦିନ ଲାଗି ଲାଗି ରହିବ କାଳବୈଶାଖୀ । ରାଜ୍ୟରେ ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡିଶା ଛୁଇଁବ । ଆଗାମୀ ୨୪ ଘଣ୍ଟା ଯାଏ ଉତ୍ତର ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡିକ ତା ସହ ମୟୁରଭଞ୍ଜ, କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ନୟାଗଡ଼ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ ଘଡି ସହିତ ଝଟକା ପବନ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ସେହିଭଳି ସର୍ବାଧିକ ବରଗଡ଼ ଠାରେ ୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments