ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା, ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ

Date:

Share post:

ଭୁବନେଶ୍ୱର, (୦୯/୦୬) : ଆପ୍ର : ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା । ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ର ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିଛନ୍ତି ।

ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ହିତାଧିକାରୀଙ୍କୁ ବାର୍ଷିକ ମିଳୁଥିବା ସବ୍ ସିଡିଯୁକ୍ତ ରନ୍ଧନ ଗ୍ୟାସ୍ ସିଲିଣ୍ଡର ସଂଖ୍ୟା ୯ରୁ କମାଇ ୪ କରିଦିଆଯାଇଛି । ସାଧାରଣ ପରିବାରର ପ୍ରକୃତ ବାର୍ଷିକ ବ୍ୟବହାରକୁ ଦୃଷ୍ଟିରେ ରଖି ସବ୍ ସିଡିକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଉଜ୍ଜ୍ୱଳା ଗ୍ରାହକଙ୍କୁ ପ୍ରଥମ ୪ଟି ସିଲିଣ୍ଡର ପାଇଁ ପୂର୍ବଭଳି ୩୦୦ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ମିଳିବ ।

ଏହି ୪ଟି ସିଲିଣ୍ଡର ପିଛା ୬୪୨ ଟଙ୍କା ପଡ଼ିବ । ୪ ସିଲିଣ୍ଡର ସରିବା ପରେ, ଯଦି କୌଣସି ପରିବାର ଅଧିକ ସିଲିଣ୍ଡର ନେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ବଜାର ଦର ଅର୍ଥାତ୍ ୯୪୨ ଟଙ୍କା ଦେଇ ସିଲିଣ୍ଡର କିଣିବାକୁ ପଡ଼ିବ । ସୂଚନା ଅନୁସାରେ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ଗରିବ ପରିବାର ବର୍ଷକୁ ହାରାହାରି ୪ଟି ସିଲିଣ୍ଡର ହିଁ ବ୍ୟବହାର କରୁଥିବା ସର୍ଭେରୁ ଜଣାପଡ଼ିଛି । ଏପଟେ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ମୂଲ୍ୟ ସିଲିଣ୍ଡର ପିଛା ୧ ହଜାର ୬୦୦ ଟଙ୍କା ଟପିଛି ।

ବିଶ୍ୱ ବଜାରର ମହଙ୍ଗା ମାଡ଼ରୁ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦେବା ସହ ଆର୍ଥିକ ସନ୍ତୁଳନ ରକ୍ଷା କରିବା ପାଇଁ ସରକାର ସବ୍ ସିଡିକୁ ବାର୍ଷିକ ୪ଟି ସିଲିଣ୍ଡର ମଧ୍ୟରେ ସୀମିତ ରଖିଛନ୍ତି । ନୂଆ ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ ହିତାଧିକାରୀଙ୍କୁ ବାର୍ଷିକ ମୋଟ ୧ ହଜାର ୨୦୦ ଟଙ୍କା ର ସବସିଡି ସହାୟତା ମିଳିବ । ୨୦୧୬ରେ ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଦେଶର ପ୍ରାୟ ୧୦ କୋଟିରୁ ଅଧିକ ଗରିବ ପରିବାର ଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଇଛି। ୨୦୨୫-୨୬ ପାଇଁ ବାର୍ଷିକ ୯ଟି ସିଲିଣ୍ଡର ପର୍ଯ୍ୟନ୍ତ ଏହି ୩୦୦ ଟଙ୍କାର ସବ୍ ସିଡି ମିଳିବ ବୋଲି କୁହାଯାଇଥିଲା, ଯାହାକୁ ଏବେ ବଦଳାଇ ଦିଆଯାଇଛି ।

ସମ୍ପ୍ରତି ଦର ବୃଦ୍ଧି ପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଏଲପିଜି ମୂଲ୍ୟ ବେଶ୍ କମ୍ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଗରିବ ଲୋକଙ୍କ ପରିବାର ବଜେଟ୍ ଉପରେ ପ୍ରଭାବ ପଡ଼ିବାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିପାରନ୍ତି । କେନ୍ଦ୍ରର ନୂଆ ନିୟମ ଓଡ଼ିଶା ଭଳି ରାଜ୍ୟର ଗରିବ ଓ ମଧ୍ୟବିତ୍ତ ପରିବାରକୁ ପ୍ରଭାବିତ କରିବ । ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳ ଓ ଜନଜାତି ବହୁଳ ଅଞ୍ଚଳର ପରିବାରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଉଜ୍ଜ୍ୱଳା ଯୋଜନା ଉପରେ ନିର୍ଭର କରୁଥିବାରୁ, ବର୍ଷକୁ ୪ଟିରୁ ଅଧିକ ସିଲିଣ୍ଡର ବ୍ୟବହାର କରୁଥିବା ଲୋକଙ୍କ ପକେଟ୍ ଉପରେ ବାଧ୍ୟତାମୂଳକ ଭାବେ ଅଧିକ ବୋଝ ପଡ଼ିବ ।

LEAVE A REPLY

Please enter your comment!
Please enter your name here

spot_img

Related articles

ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ, (୦୯/୦୬) : ଆପ୍ର : ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା...

ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ବଲାଙ୍ଗିର, (୦୯/୦୬) : ଆପ୍ର : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ଫିସରି ଅଫିସ ନିକଟରେ ଟ୍ରକ୍ ଧକ୍କାରେ ୨ଜଣ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ମୃତ...

ପାନୀୟ ଜଳ ସମସ୍ୟା ନେଇ ୨୦୦୦/- କୋଟି ଟଙ୍କା ହଡ଼ପ ଚକ୍ରାନ୍ତ ନେଇ ଭିଜିଲାନ୍ସ ତଦନ୍ତ ସହ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଦାବୀ

ବଲାଙ୍ଗୀର/ଟିଟିଲାଗଡ, (୦୯/୦୬) : ଆପ୍ର : ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ସରକାର ବଲାଙ୍ଗୀର ଜିଲ୍ଲା ର ତତତଲାଗଡ ରୂପେ...

ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର, (୦୯/୦୬) : ଆପ୍ର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ...