ଗାଧୋଇବାକୁ ଯାଇଥିବାବେଳେ ଅଘଟଣ, ନଦୀରେ ବୁଡ଼ି ଦୁଇ ମୃତ

Date:

Share post:

ନୀଳଗିରି, (୧୦/୦୬) : ଆପ୍ର : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ପୁନ୍ଦାଳସ୍ଥିତ ସୋନ ନଦୀ ଘାଟରେ ଘଟିଛି ଏହି ଅଘଟଣ ।

ମୃତ ଦୁଇ ନାବାଳକ ହେଲେ ରାଧାକିଶୋରପୁର ଗାଁର ଲକ୍ଷ୍ମୀଧର ମହାଳିକଙ୍କ ୧୨ ବର୍ଷ ବୟସର ପୁଅ ଆକାଶ ଏବଂ ପ୍ରଦୀପ ବେହେରାଙ୍କ ୧୪ ବର୍ଷ ବୟସର ପୁଅ କାର୍ତ୍ତିକ । ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚିଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଦୁଇଦିନ ପୂର୍ବରୁ ମଧ୍ୟ ଏହିପରି ଅଭାବନୀୟ ଘଟଣା ଘଟିଥିଲା ମାଲକାନଗିରି ଜିଲ୍ଲା ପୋଟେରୁ ବ୍ୟରେଜରେ । ମାଆ ସାମନାରେ ନଦୀରେ ବୁଡ଼ିଗଲା ପୁଅ ।

ପରିବାର ସହ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୬ ଗାଁ’ର ରୂପକାନ୍ତ ଧର ନିଜ ପରିବାର ସହ ବାଲିମେଳା ନିକଟସ୍ଥ ପଟେରୁ ବ୍ୟାରେଜକୁ ଗାଧୋଇବା ଲାଗି ଯାଇଥିଲେ । ହେଲେ ଗାଧୋଇବା ସମୟରେ ଅନୁପ ତାଙ୍କ ମାମୁ ନବୀନ ଚୌଧୁରୀ ଓ ଭାଇ ଛୋଟୁ ଧର ପାଣି ଭିତରେ ନିଖୋଜ ହୋଇ ଯାଇଥିଲେ । ବହୁ କଷ୍ଟରେ ମାମୁ ଓ ଭାଇ ନିଜ ଉଦ୍ୟମରେ ବାହାରକୁ ଆସିଥିବା ବେଳେ ଅନୁପଙ୍କ ଗୋଡ଼ ଏକ ପଥର ସନ୍ଧିରେ ଲାଗିଯିବା ଯୋଗୁଁ ସେ ପାଣି ଭିତରୁ ବାହାରି ପାରିନଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ...

ପେଟ୍ରୋଲ ଢ଼ାଳି ଶ୍ୱଶୁର, ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ

ବାରିପଦା, (୧୦/୦୬) : ଆପ୍ର : ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ...

ଅବଧି ଶେଷ ଔଷଧ ଖାଇ ଆଶାକର୍ମୀଙ୍କ ଝିଅ ମୃତ

କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ...

ରାସ୍ତାରେ ଛକି ବସିଥିଲା ଜମ, କଣ୍ଟେନର ଧକ୍କାରେ ୨ ମୃତ

କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ ।...