Homelocalଜଗା ଦର୍ଶନ ସାରି ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ, ୫ ଆହତ

ଜଗା ଦର୍ଶନ ସାରି ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ, ୫ ଆହତ

ଟାଙ୍ଗି, (୦୯/୦୯) : ଆପ୍ର : ଜଗା ଦର୍ଶନ ସାରି ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ । ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡ଼ରରେ ପିଟି ହୋଇଥିଲା ତୀର୍ଥଯାତ୍ରୀ ବସ । ରାତି ପ୍ରାୟ ୧ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀ ବୁଢାଆମ୍ବ ଅଞ୍ଚଳର ବୋଲି ଜଣା ପଡିଛି । ବସ ରେ ଥିବା ୩୦ ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅନ୍ୟପଟେ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଲା ଟାଙ୍ଗୀ ଅଗ୍ନିଶମ ବାହିନୀ ।

ଅଗ୍ନିଶମ ବାହିନୀର ଯବାନ ମାନେ ଆହତଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରିଥିଲେ । ତେବେ ଆହତଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । ଦୁର୍ଘଟଣାଗସ୍ତ ହୋଇଥିବା ବସର ନାମ ହରପ୍ରିୟା ବସ ବୋଲି ଜଣା ପଡିଛି । ଯାତ୍ରୀ ମାନେ ଗଞ୍ଜାମ ଜିଲ୍ଲା ବୁଢାଆମ୍ବରୁ ପୁରୀ ଯାଇ ଜଗା ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଚାନ୍ଦପୁର ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments