Homebreaking newsସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ

ସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ

କେନ୍ଦ୍ରାପଡା, (୦୯/୦୯) : ଆପ୍ର : ସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ । ସୁଧାର ଗୃହରେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ବା ଅଭିଯୋଗ ।

କେନ୍ଦ୍ରାପଡା ସଦର ଥାନା ଗରାପୁର ଅଞ୍ଚଳରେ ଥିବା ଏକ ସୁଧାର ଗୃହରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ସେଠାରେ ରହୁଥିବା ଝାଡ଼ଖଣ୍ଡର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଅନ୍ତଃସତ୍ତ୍ବା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ସୁଧାର ଗୃହର ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟଜଣେ ନାବାଳକ ଅନ୍ତେବାସୀ । ଅଭିଯୋଗ ଆସିବା ପରେ ସମ୍ପୃକ୍ତ ସୁଧାରଗୃହରେ ଥିବା ଅନ୍ୟ ଅନ୍ତେବାସୀ ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଶିଶୁ ମଙ୍ଗଳ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ସୁଧାରଗୃହର ରେଜିଷ୍ଟ୍ରେସନ୍ ବାତିଲ ହେବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ସୂଚନା ଦେଇଛନ୍ତି । ପୀଡିତା ନାବାଳିକାର ପରିବାର ପକ୍ଷରୁ ସଦର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି।

ଗତ ୨୦୨୩ ମସିହାରେ ପ୍ରଶାସନ ପକ୍ଷରୁ ଉଦ୍ଧାର ହୋଇ ସମ୍ପୃକ୍ତ ନାବାଳିକା ସୁଧାର ଗୃହରେ ରହି ଆସୁଥିଲେ। ପରିବାର ସମ୍ପର୍କରେ ସୂଚନା ପାଇବା ପରେ ଗତ ଜୁନ ୨୬ରେ ଶିଶୁମଙ୍ଗଳ କମିଟି ନାବାଳିକାଙ୍କୁ ସାଙ୍ଗରେ ନେଇ ଝାଡଖଣ୍ଡ ସ୍ଥିତ ତାଙ୍କ ପରିବାର ପାଖରେ ଛାଡି ଆସିଥିଲେ । ତେବେ ଏହାର କିଛି ଦିନ ପରେ ଝିଅ ଅନ୍ତସତ୍ତ୍ୱା ଥିବା ପରିବାର ଲୋକେ ଜାଣିବା ପରେ ସ୍ଥାନୀୟ ଶିଶୁମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ । ଏହି ଘଟଣାରେ କେନ୍ଦ୍ରାପଡ଼ା ଗରାପୁର ସ୍ଥିତ ସୁଧାରଗୃହ କର୍ତ୍ତୃପକ୍ଷଙ୍କ ଅବହେଳା ସାମନାକୁ ଆସିଛି । ସମ୍ପୃକ୍ତ ସୁଧାରଗୃହ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments