Homelocalଭତ୍ତା ପାଇଁ ରାସ୍ତାରେ ବୃଦ୍ଧ ବୃଦ୍ଧା, ୯ଟି ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା

ଭତ୍ତା ପାଇଁ ରାସ୍ତାରେ ବୃଦ୍ଧ ବୃଦ୍ଧା, ୯ଟି ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା

ଉଦଳା, (୦୯/୦୯) : ଆପ୍ର : ଭତ୍ତା ପାଇଁ ରାସ୍ତାରେ ହିତାଧିକାରୀ । ଭତ୍ତା ପାଇଁ ବୃଦ୍ଧ ବୃଦ୍ଧା ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଲେ । ଏଭଳି ଚିତ୍ର ସାମ୍ନାକୁ ଆସିଛି ମୟୂରଭଂଜ ଶରତ ଅଞ୍ଚଳରୁ ।

ଶରତ ଛକରେ ହିତାଧିକାରୀ ରାସ୍ତା ଅବରୋଧ କରିଛନ୍ତି । କପ୍ତିପଦା ବ୍ଲକର ଶରତ ସମେତ ୯ଟି ପଞ୍ଚାୟତର ହିତାଧିକାରୀ ମାନଙ୍କ ଭତ୍ତା ଅନିୟମିତତା ହୋଇଛି । ହିତାଧିକାରୀଙ୍କୁ ସରକାରୀ ସ୍ତରରେ ଘୋଷଣା ହୋଇଥିବା ଭତ୍ତା ଟଙ୍କା ପାଇ ପାରୁନଥିବା ବେଳେ ସରପଞ୍ଚ ସେହି ଟଙ୍କା ରଖି ହଜାରେ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ହିତାଧିକାରୀଙ୍କ ସହିତ ସରପଞ୍ଚ ମାନେ ମଧ୍ୟ ଏହି ରାସ୍ତାରୋକରେ ସାମିଲ ହୋଇଛନ୍ତି । ବୃଦ୍ଧ ବୃଦ୍ଧାଙ୍କୁ ବର୍ଦ୍ଧିତ ଟଙ୍କା ନ ମିଳିବା, ଦୀର୍ଘ ମାସ ହେବ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ନ ମିଳିବା ମୁଖ୍ୟ ଦାବି ରଖିଛନ୍ତି ହିତାଧିକାରୀ । ଶରତ ଛକରେ ହିତାଧିକାରୀ ରାସ୍ତା ରୋକ କରିଥିବା ବେଳେ କପ୍ତିପଦା – କେନ୍ଦୁଝର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments