ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Date:

Share post:

ଗୁଣପୁର, (12/06) : ଆପ୍ର : ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ ଘଟିଛି । ୭୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ ଗମାଙ୍ଗ ।

ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମସ୍ କୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଭୋର ୩ ଟା ସମୟରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ପତ୍ନୀ ହତ୍ୟା ମାମଲାରେ ସଜା କାଟୁଥିଲେ ପୂର୍ବତନ ବିଧାୟକ। ସରକାରୀ କ୍ୱାଟରରେ ନିଜ ପତ୍ନୀଙ୍କୁ ଜିଅନ୍ତା ଜାଳି ହତ୍ୟା ମାମଲାରେ ଆଜିବନ କାରାଦଣ୍ଡ ଦଣ୍ଡିତ ହୋଇଥିଲେ । ଗତ ୨୦୨୩ ଜୁନ ୨୭ରୁ ଆଜିବନ କଏଦୀ ଭାବେ ଝାରପଡ଼ା ଜେଲରେ ସଜ୍ଜା କାଟୁଥିଲେ ୭୬ ର୍ଷୀୟ ପୂର୍ବତନ ବିଧାୟକ । ରାମମୂର୍ତ୍ତି ଗମାଙ୍ଗଙ୍କ ନାଁରେ ଆଇପିସିର ୩୦୨ ଓ ୨୦୧ ଦଫା ଲାଗିଥିଲା । ୧୧ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ ପ୍ରମାଣ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସୂଚନା ଅନୁସାରେ ୧୯୯୫ ମସିହା ଅଗଷ୍ଟ ୨୯ରେ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସହ ରାମମୂର୍ତ୍ତି ଗମାଙ୍ଗଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶଶିରେଖାଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ଶଶିରେଖା ମୃତ୍ୟୁବରଣ କରିଥିବା ନେଇ ରାମମୂର୍ତ୍ତି ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତରୁ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା । ରାୟଗଡ଼ା ଗୁଣପୁର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...