ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ

Date:

Share post:

ଭୁବନେଶ୍ବର, (12/06) : ଆପ୍ର : ବଡ଼ ଘୋଷଣା କଲେ ରାଜ୍ୟ ସରକାର । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା । ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ ।

ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍‌ ସେବା । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ ଦେଇଛି । ଆସନ୍ତା ୨୧ ତାରିଖରେ ନିଟ (UG) ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର । ମାଗଣାରେ ବସ୍ ସେବା ଉପଲବ୍ଧ କରାଯାଇଥିବା ସ୍ଥାନଗୁଡ଼ିକ ଗୁଡ଼ିକ ହେଉଛି- ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବାରିପଦା, ବ୍ରହ୍ଣପୁର, ଭଦ୍ରକ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟାଗଡ଼ା, ଭାବାନୀପାଟଣା, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଜୟପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଫୁଲବାଣୀ, ପୁରୀ, ରାଇରଙ୍ଗପୁର, ସମ୍ବଲପୁର, ରାଉରକେଲା ସମେତ ପରାଳାଖେମୁଣ୍ଡି ଆଦି ସ୍ଥାନରେ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି ।

NEET ପରୀକ୍ଷା ଜୁନ ୨୧ ତାରିଖ ଅପରାହ୍ନ ୨ଟାରୁ ୫ଟା ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶାର ୨୭ଟି ସହରର ୧୩୪ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ପରୀକ୍ଷା ସମୟରେ ଟ୍ରାଫିକ ପରିଚାଳନା, ମହିଳା ପରୀକ୍ଷାର୍ଥୀ ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...