Homebreaking newsଅବକାରୀ ବିଭାଗକୁ ବଡ଼ ସଫଳତା , ୨ ଗିରଫ ସହ ୫୫ କି. ଗଞ୍ଜେଇ ଜବତ

ଅବକାରୀ ବିଭାଗକୁ ବଡ଼ ସଫଳତା , ୨ ଗିରଫ ସହ ୫୫ କି. ଗଞ୍ଜେଇ ଜବତ

ସୁନ୍ଦରଗଡ଼, (୧୨/୦୭) : ଆପ୍ର : ସୁନ୍ଦରଗଡ଼ରେ ଅବକାରୀ ବିଭାଗକୁ ବଡ଼ ସଫଳତା । ରାଣୀବଗିଚା ଛକରୁ ପ୍ରାୟ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ

ପଶ୍ଚିମବଙ୍ଗର ଦୁଇ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଫୁଲବାଣୀରୁ ଗଞ୍ଜେଇ ଆଣି ବସ୍‌ ଯୋଗେ ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା କରିଥିଲେ । ପରେ ସେମାନେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି । ସୁନ୍ଦରଗଡ଼ ସହର ରାଣୀବଗିଚା ଛକରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡ଼ିଛି ଏକ ବଡ଼ ଗଞ୍ଜେଇ ଚୋରାଚାଲାଣ ରାକେଟ୍ । ପେଟ୍ରୋଲିଂ ସମୟରେ ସଦର ଅବକାରୀ ଇନ୍ସପେକ୍ଟର ନିରଞ୍ଜନ ସାହୁ ଦୁଇ ଜଣ ଯୁବକଙ୍କୁ ଏକ ବସ୍ତା ଉପରେ ବସିଥିବାର ଦେଖି ସନ୍ଦେହ କରିଥିଲେ ।

ଯାଞ୍ଚ କରାଯିବାରୁ ବସ୍ତା ଭିତରୁ ପ୍ରାୟ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି । ହେଲେ ବସ୍‌ ଧରିବା ପୂର୍ବରୁ ଅବକାରୀ ବିଭାଗ ସେମାନଙ୍କୁ କାବୁ କରିଥିଲା । ଜବତ ଗଞ୍ଜେଇକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରାଚାଲାଣ ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments