ସମ୍ବଲପୁର, (୧୨/୦୭) : ଆପ୍ର : ସମ୍ବଲପୁର ସହରରେ ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀକୁ ଡେଇଁ ନାବାଳିକା ନିଖୋଜ ।
ସମ୍ବଲପୁର ସହରର ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡ଼େଇଁ ନାବାଳିକା ନିଖୋଜ ଅଛନ୍ତି । ଏବେବି ମିଳୁନି ପତ୍ତା । ନାବାଳିକା ଜଣକ ସହରର ମାୟାବଗିଚା ଅଞ୍ଚଳର। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ମହାନଦୀକୁ ଡେଇଁ ପଡିଥିଲେ । ଅଗ୍ନିଶମବାହିନୀ ପକ୍ଷରୁ ବହୁ ଖୋଜାଖୋଜି ପରେ ବି କୌଣସି ସନ୍ଧାନ ମିଳିନି । କେଉଁ କାରଣରୁ ଡେଇଁ ପଡିଲେ ତାହା ଜଣାପଡିନାହିଁ । ହୀରାକୁଦ ଗେଟ ଖୋଲା ଥିବାରୁ ଭରପୂର ରହିଛି ମହାନଦୀ । ବର୍ତ୍ତମାନ ମହାନଦୀରେ ପାଣିର ପରିମାଣ ଅଧିକ ରହିଛି । ହୀରାକୁଦ ଡ୍ୟାମର ଗେଟ୍ ଖୋଲା ଥିବାରୁ ନଦୀରେ ପ୍ରବଳ ସ୍ରୋତ ରହିଛି । ଏହା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ନାବାଳିକାଙ୍କୁ ଖୋଜିବା ଜାରି ରହିଛି ।

