Homelocalଦୀପାବଳିରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର ; ୧୦ ଜଣ ଆହତ, ୭ ଗୁରୁତର

ଦୀପାବଳିରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର ; ୧୦ ଜଣ ଆହତ, ୭ ଗୁରୁତର

ପୁରୀ, (୦୯/୧୧) : ଆପ୍ର : ଆଲୋକର ପର୍ବ ଦୀପାବଳିରେ ପୁରୀରେ ଏକ ବଡ଼ ଅଘଟଣ ଘଟିଯାଇଛି । ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି ।

ଏହି ଅଭାବନୀୟ ଘଟଣାରେ ୧୦ରୁ ଅଧିକ ଲୋକ ଆହତ ଅଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୭ ଜଣ ଗୁରୁତର ଅଛନ୍ତି । ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲ୍ଲୀପ ସିଂହଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ୭ଜଣ ଗୁରୁତର ଥିବା ଜଣାଯାଇଛି, ଯେଉଁଥିରେ ସଞ୍ଜୀବ ସରକାର ମଧ୍ୟ ଅଛନ୍ତି । ସଂଜୀବଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଗୁରୁତରମାନେ ହେଉଛନ୍ତି ସରସ୍ୱତୀ ଦେବନାଥ, ଲୋକନାଥ ବିଶ୍ୱାସ, ଅନୁକୂଳ ବିଶ୍ୱାସ, ଦିଲ୍ଲୀପ ସିଂହ, ତ୍ରିନାଥ ରେଡ୍ଡୀ, ଜଗନ୍ନାଥ ବଳିଆରସିଂ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଳିଆପଣ୍ଡା ଓ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments