ଗଞ୍ଜାମ, (୧୦/୧୧) : ଆପ୍ର : ଗତ କିଛି ଦିନ ତଳେ ବିଧାୟକ ବନ୍ୟା କ୍ଷତିଗ୍ରସ୍ତ ଦେଖିବାକୁ ଆସିଥିଲା ବେଳେ କିଛି ଅସମାଜିକ ବ୍ୟକ୍ତି ତାଙ୍କୁ ଅଟକାଇ ବିଭିନ୍ନ କୁଭାଷା ପ୍ରୟୋଗ କରିଥିଲେ ।
ଏବଂ କିଛି ଫୋଟ ଏ ଆଇରେ ଲୋଡ଼ କରି ସୋସିଆଲ ମିଡ଼ିଆ ରେ ବିଧାୟକ ଙ୍କୁ ବଦ ନାମ କରିବା ପାଇଁ ବ୍ୟବସ୍ତା କରିଥିଲେ । ତେବେ ସେହି କୁମାରୀ ଗ୍ରାମକୁ ଆଜି ବିଧାୟକ ଆସି ବନ୍ୟା କ୍ଷତିଗ୍ରସ୍ତ ହରିଜନ ସାହି, କୁ ଯାଇ ସେମାନଙ୍କ ଦୁଃଖ ଦୁର୍ଦଶା ବୁଝିଥିଲେ । ଏବଂ ଋଷିକୁଲ୍ୟା ନଦୀର ବନ୍ୟାରେ ଭାଙ୍ଗିଯାଇଥିବା କୂଳ ହୁଡ଼ା କୁ ବୁଲି ଦେଖି ତୁରନ୍ତ ତାହାର ପୁନରୁଦ୍ଧାର କରି ବାକୁ ପ୍ରତିଶୃତି ଦେଇଥିଲେ । ବିଧାୟକ କୁମାରୀ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଆନନ୍ଦ ଉଲ୍ଲାସ ସହକାରେ ତାଙ୍କୁ ଘଣ୍ଟ ମୃଡୁଙ୍ଗ ବଜାଇ ପାଛୋଟି ନେଇଥିଲେ ।
ବିଧାୟକ ଙ୍କ ନାଁ’ରେ ଯେଉଁ ମିଛ ପ୍ରଚାର କରିଥିଲେ କିଛି ଟାଉଟୁରି, ଅଭଦ୍ର ବ୍ୟକ୍ତି ମାନେ ଆଜି ବିଧାୟକଙ୍କ ଉପସ୍ଥିତି ରେ ସେମାନଙ୍କ ଦେହରୁ ଝାଳ ବାହାରି ଯାଇଥିଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଥିଲା । ତେବେ ବିଧାୟକଙ୍କ ସହ ତାଙ୍କ ପ୍ରତିନିଧି ସୁଦର୍ଶନ ବେହେରା, ପୂର୍ବତନ ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ଯୋଗୀ ଗୌଡ଼, ଟୁଟୁ ସାହୁ, ସରୋଜ ପଣ୍ଡା ଙ୍କ ସହ ଅନ୍ୟ ନେତା କର୍ମୀ ମାନେ ଉପସ୍ଥିତ ଥିଲେ ।

