ଜମି ବିବାଦରୁ ବାପା, ସାବତ ମା’ଙ୍କୁ ବୀଭତ୍ସ ହତ୍ୟା

Date:

Share post:

ବାଲିକୁଦା, (୧୫/୦୬) : ଆପ୍ର : ବାଲିକୁଦା ଥାନା ଅଳାଭର ପଞ୍ଚାୟତ ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ଜମିଜମା ବିବାଦକୁ କେନ୍ଦ୍ରକରି ପୁଅର କଟୁରି ଚୋଟରେ ବାପା ଓ ସାବତ ମାଙ୍କ ମୃତ୍ୟୁ ଘଟିଛି । ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ, ତେରତାଙ୍ଗ ଗ୍ରାମର ସତ୍ୟାନନ୍ଦ ପରିଡ଼ା (୬୮)ଙ୍କ ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ସେ ନିଆଳି ଥାନା ଅଧୀନ କର୍ସଦା ଗ୍ରାମର ଚାରୁଲତା ପରିଡ଼ା (୫୮)ଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଚାରୁଲତାଙ୍କ କୌଣସି ସନ୍ତାନ ନଥିବା ବେଳେ ସତ୍ୟାନନ୍ଦଙ୍କ ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

ଝିଅ ଅନ୍ୟତ୍ର ବିବାହ କରିଥିବାବେଳେ ପୁଅ ଦିଲୀପ ତାଙ୍କ ପତ୍ନୀ ଓ ୬ ବର୍ଷର ପୁଅ ସହିତ ବାପାମାଆଙ୍କ ସହ ଘରେ ରହୁଥିଲେ। ତେବେ ଗତ କିଛିବର୍ଷ ଧରି ବାପାଙ୍କ ସହ ଜମିଜମା ବିବାଦକୁ ନେଇ ଦିଲୀପ ଘରଛାଡ଼ି ବାହାରେ ରହୁଥିଲେ। ଦିଲୀପ କାକଟପୁରରେ ଏକ ରାଇସ ମିଲରେ କାର୍ଯ୍ୟ କରୁଥିବାବେଳେ ରବିବାର ଘରକୁ ଆସିଥିଲେ। ଜମିଜମା ବିବାଦକୁ ନେଇ ବାପାଙ୍କ ସହ ଦିଲୀପଙ୍କ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ପାଖରେ ରଖିଥିବା ଏକ କଟୁରିରେ ବାପା ସତ୍ୟାନନ୍ଦଙ୍କ ବେକକୁ ଦିଲୀପ ଏକ ଚୋଟ ପକାଇଥିଲା। ସାବତ ମା’ ଚାରୁଲତା ବିରୋଧ କରିବାରୁ ତାଙ୍କ ବେକକୁ ମଧ୍ୟ ଏକ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ସତ୍ୟାନନ୍ଦ ଏବଂ ଚାରୁଲତାଙ୍କ ମୃତ୍ୟୁ ଘଟିଥିଲା। ଘର ଭିତର ଶିଡ଼ିଘର ନିକଟରେ ସତ୍ୟାନନ୍ଦଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିବା ବେଳେ ଘର ସମ୍ମୁଖରେ ଚାରୁଲତାଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିଲା। ଉଭୟ ବାପା ମା’ଙ୍କୁ ହତ୍ୟା କରିବା ପରେ ଦିଲୀପ ଘର ସମ୍ମୁଖ ବାରଣ୍ଡାରେ ବସି ରହିଥିଲା। ଏନେଇ ଗ୍ରାମବାସୀ ୧୧୨କୁ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...