ଜୀଵନ ନେଲା ବାଲି ବୋଝେଇ ହାଇୱା, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

Date:

Share post:

କଟକ, (୧୩/୦୬) : ଆପ୍ର : ବାଲି ବୋଝେଇ ହାଇୱା ନେଲା ଜୀବନ । ମୃତକ ହେଲେ କଟକ ଅମଣିଆ ପାଟଣାର ୧୮ ବର୍ଷୀୟ ପୁପୁନ ଭୋଇ । ଦୁର୍ଘଟଣା ପରେ ଉତ୍ତେଜନା ।

କଟକ ବାଲିକୁଦା ତ୍ରିଶୁଳିଆ ରାସ୍ତାରେ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିବା ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା । କ୍ଷତିପୂରଣ ନମିଳିବା ଯାଏଁ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଜିଦ୍ ଧରିଥିଲେ ।

ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ପରେ ଘଟଣା ସ୍ଥଳରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଦିନବେଳା ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଅର୍ଥ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିଛି ସମୟ ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...