ଶୋକ ସମ୍ବାଦ

Date:

Share post:

ମୁରିବାହାଲ, (୧୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର କୁବେର ଖମାରୀଙ୍କ ଧର୍ମପତ୍ନୀ ଯଶୋଦା ଖମାରୀଙ୍କ ୭୬ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି ।

ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ କୁବେର,ତିନି ପୁଅ ବ୍ରାହ୍ମଣୀ ସ୍କୁଲ ସହକାରୀ ଶିକ୍ଷକ ଫକୀରମୋହନ,ବ୍ୟବସାୟୀ ବୈସୁଧ ଓ ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ତଥା ପୁତ୍ରବଧୂ ସିନ୍ଧୁସୂତା,ରୀନା ଓ ରାଜେଶ୍ୱରୀ ତଥା ଦୁଇ ଝିଅ ପ୍ରେମଶିଲା, ଜୟକାନ୍ତି ଓ ଜ୍ୱାଇଁ ମକୁନ୍ଦ ଓ ଅଶୋକଙ୍କ ସହ ସମସ୍ତ ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ ।

ସେ ଜଣେ ଅମାୟିକ ଓ ଧର୍ମପରାୟଣା ମହିଳା ରୂପେ ପରିଚିତ ଥିଲେ।ଷାଠିଏ ଘର ଡୁମାଳ ସମାଜ ଦନ୍ଦ୍ରା କେନ୍ଦ୍ର ସମ୍ପାଦକ ଥିବା ବଡପୁଅ ଫକୀରମୋହନଙ୍କ ମାତା ଯଶୋଦା ଖମାରୀଙ୍କ ବିୟୋଗରେ ଦନ୍ଦ୍ରା କେନ୍ଦ୍ର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇ ବହୁ କର୍ମକର୍ତ୍ତା ଶବାଧାରରେ ସାମିଲ ହୋଇଥିଲେ।ଅଞ୍ଚଳର ଶତାଧିକ ବ୍ୟକ୍ତିଵିଶେଷ ତାଙ୍କ ଶେଷ ଦର୍ଶନ କରି ଶବ ସତ୍କାରରେ ସାମିଲ ହୋଇଥିଲେ।ବଡ଼ପୁଅ ଫକୀରମୋହନ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...