Homebreaking news୧୦ ଲକ୍ଷ ଟଙ୍କାରେ ମହାବଳ ବାଘଛାଲ ଡିଲ୍, ଜଣେ ଗିରଫ, ୨ ଫେରାର

୧୦ ଲକ୍ଷ ଟଙ୍କାରେ ମହାବଳ ବାଘଛାଲ ଡିଲ୍, ଜଣେ ଗିରଫ, ୨ ଫେରାର

ନବରଙ୍ଗପୁର, (୨୧/୦୬) : ଆପ୍ର : ମହାବଳ ବାଘଛାଲ ମାଫିଆଙ୍କୁ ଧରିବା ପାଇଁ ନବରଙ୍ଗପୁର ବନବିଭାଗ ରଚିଥିଲା ସିନେମା ଷ୍ଟାଇଲ ଅପରେସନ୍ ।

ନିଜେ ଗ୍ରାହକ ସାଜି ବାଘଛାଲ କିଣିବାକୁ ଯାଇଥିଲେ ବନ କର୍ମଚାରୀ । ଆଉ ଛାଲ ଦେଖାଇବା ମାତ୍ରେ ମାଡ଼ି ବସିଥିଲା ଏନଫୋର୍ସମେଣ୍ଟ ଟିମ୍ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ର ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ବେଙ୍ଗଲ ରୟାଲ ଟାଇଗର (ମହାବଳ ବାଘ)ର ଛାଲ ଜବତ ହୋଇଛି । ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏହି ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଛନ୍ତି।ତେବେ,ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ବିଲୁପ୍ତପ୍ରାୟ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ଏହି କଳା କାରବାର ପଛରେ ଥିବା ବଡ଼ ନେଟୱର୍କକୁ ନେଇ ବଢ଼ିଛି ସନ୍ଦେହ । ଗୁଇନ୍ଦା ସୂଚନା ଆଧାରରେ ନବରଙ୍ଗପୁର, ଡାବୁଗାଁ ଓ କୋଡିଙ୍ଗା ରେଞ୍ଜର ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲେ । ପୂର୍ବରୁ ବାଘ ଛାଲ ମାଫିଆଙ୍କ ସହ ଗ୍ରାହକ ସାଜି ଯୋଗାଯୋଗ କରିଥିଲେ ବନ କର୍ମଚାରୀ । ବାଘଛାଲ ଦେଖାଇବା ପାଇଁ ମାଫିଆମାନେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅପରେସନ୍ ।

ବନ ବିଭାଗ ଟିମ୍ ତିନି ଜଣ ସନ୍ଦିଗ୍ଧଙ୍କୁ ଘେରାବନ୍ଦୀ କରିଥିଲେ ମଧ୍ୟ ଦୁଇ ଜଣ ଘନ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ।ତେବେ ପାପଡାହାଣ୍ଡି ବ୍ଲକ ଖଲିଗୁଡା ଗ୍ରାମର ସିବୁନୁ ଟାକ୍ରିଙ୍କୁ କାବୁ କରିବାରେ ସଫଳ ହୋଇଥିଲା ଟିମ୍ । ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଲାଲ ରଙ୍ଗର ବ୍ୟାଗ ଖୋଲିବା ପରେ ସେଥିରୁ ବାହାରିଥିଲା ଏକ ବେଙ୍ଗଲ ରୟାଲ ଟାଇଗର (ମହାବଳ ବାଘ )ର ଛାଲ ଏହା ସହ ଚୋରା କାରବାରରେ ବ୍ୟବହୃତ ଏକ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି ।ପ୍ରାଥମିକ ପଚରାଉଚରା ବେଳେ ଏହି ଛାଲକୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ସୂଚନା ମିଳିଛି । କୌଣସି ବୈଧ ଅନୁମତି ନଥାଇ ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗର ବେଆଇନ କାରବାର ଉଦ୍ଦେଶ୍ୟରେ ଏହାକୁ ପରିବହନ କରାଯାଉଥିବା ଜଣାପଡ଼ିଛି ।

ବର୍ତ୍ତମାନ ବନବିଭାଗର ଫୋକସ୍ ରହିଛି ଫେରାର ଦୁଇ ଅଭିଯୁକ୍ତଙ୍କ ଉପରେ । ବାଘଟିକୁ କେଉଁଠି ଶିକାର କରାଯାଇଥିଲା । ଏହି ଛାଲ କେଉଁ ରାଜ୍ୟକୁ ଚାଲାଣ ହେବାକୁ ଯାଉଥିଲା । ଏବଂ ଏହି କଳା କାରବାର ପଛରେ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡ କିଏ ? ଏହାର ଖୋଳତାଡ଼ ଆରମ୍ଭ କରିଛି ନବରଙ୍ଗପୁର ବନବିଭାଗ । ଏହି କଳାକାରବାର ପୋଡ଼ଶୀ ଛଡ଼ିଶଗଡ଼ରାଜ୍ୟ, ଓଡିଶା ଓ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments