ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ୯ ଜଣ ଆହତ

Date:

Share post:

ଦେବଗଡ଼, (୨୧/୦୬) : ଆପ୍ର : ଭୋଜି କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ଘଟିଛି ଏକ ହୃଦୟବିଦାରକ ଅଘଟଣ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ପଞ୍ଚାୟତର ମନୋହରପୁର ଗ୍ରାମ ନିକଟରେ ପ୍ରବଳ ବଜ୍ରାଘାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୯ ଜଣ ଆହତ ହୋଇଛନ୍ତି ।

ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ବରଖୁଳ ଗ୍ରାମର କିଛି ଲୋକ ମନୋହରପୁର ଗ୍ରାମରେ ଆୟୋଜିତ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୋଜି ସରିବା ପରେ ସେମାନେ ନିଜ ଗାଁକୁ ଫେରୁଥିବା ସମୟରେ ହଠାତ୍ ପାଗ ଖରାପ ହୋଇଯାଇଥିଲା । ଆକାଶରେ ଘନ ଘନ ବିଜୁଳି ଚମକିବା ସହ ବର୍ଷା ଆରମ୍ଭ ହୋଇଥିଲା ଏବଂ ମନୋହରପୁର ଗ୍ରାମ ନିକଟରେ ପ୍ରବଳ ବଜ୍ରାଘାତ ଘଟିଥିଲା ।

ଏହି ବଜ୍ରାଘାତରେ ବରଖୁଳ ଗ୍ରାମର ସାବିତ୍ରୀ ମୁଣ୍ଡା (୫୫) ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ତାଙ୍କର ମୃତ୍ୟୁ ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ନେମି ଆସିଛି । ଘଟଣାରେ ଆହତ ହୋଇଥିବା ୯ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ।

ଘଟଣାର ଖବର ପାଇ ଖଇରପାଲି ପୋଲିସ ଫାଣ୍ଡି ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଥ୍ୟ ସଂଗ୍ରହ କରାଯାଉଛି । ଭୋଜି କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ଘଟିଥିବା ଏହି ଅପ୍ରତ୍ୟାଶିତ ଅଘଟଣ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ମୃତ ସାବିତ୍ରୀ ମୁଣ୍ଡାଙ୍କ ପରିବାରକୁ ସରକାରୀ ସହାୟତା ଏବଂ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...