Homeaccidentସିରିଜ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର

ସିରିଜ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର

ଭଞ୍ଜନଗର, (୧୮/୧୦) : ଆପ୍ର : ମାଆଙ୍କ ପୂଜା ସମୟରେ ଗୋଟିଏ ସ୍ଥାନରେ କିଛି ସମୟ ବ୍ୟବଧାନରେ ସିରିଜ ଦୁର୍ଘଟଣା । ଗୋଟିଏ ପରେ ଗୋଟିଏ ୩ ଟି ଦୁର୍ଘଟଣା ।

ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଝାଡଭୂମି ଗାଁ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । କନେଷ୍ଟବଳ ଜଣକ ହେଲେ, ରମା ଶଙ୍କର ସ୍ବାଇଁ । ଅନ୍ୟ ଜଣେ ମୃତକ ହେଲେ ବେଲଗୁଣ୍ଠା ଥାନା ତନରଡା ନିକଟସ୍ଥ ସରପଲ୍ଲୀ ଗାଁର ଚନ୍ଦ୍ର କୁମାର ଭୋଳ । ବିଳମ୍ବିତ ରାତିରେ ସମାନ ସ୍ଥାନରେ ଗୋଟିଏ ପରେ ଗୋଟିଏ ବାଇକ୍ ଦୁର୍ଘଟଣା ଘଟିଥିଲା । ତେବେ ଅଜଣା ଗାଡ଼ି ଧକ୍କାରୁ ରମା ଶଙ୍କରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସମସ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି । ଜଗନ୍ନାଥପ୍ରସାଦ ଥାନା ପୋଲିସ ଦୁଇ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments