ରାୟଗଡା, (୧୮/୧୦) : ଆପ୍ର : ଗତକାଲି ତା ୧୮. ୧୦. ୨୦୨୬ ରିଖ ରବିବାର ରାତ୍ର ପ୍ରାୟ ୧୧. ୨୦ ଘଣ୍ଟିକା ସମୟରେ ବନଖଣ୍ଡ ଅଧିକାରୀ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀଙ୍କ ସହ ଟିକିରି ଏବଂ ରାୟଗଡା ବନାଞ୍ଚଳ ର ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରାତ୍ର ପେଟ୍ରୋଲିଙ୍ଗ କରିବା ସମୟରେ ଏକ କାଠ ବୋଝେଇ ପିକଅପ ଭେନ ସହ ତିନି ଜଣଙ୍କୁ ଅଟକ ରଖିଛି ଟିକିରି ବନବିଭାଗ ।
ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ବେଳେ ଖରକା ଗ୍ରାମ ନିକଟସ୍ଥ ଖରକା ସଂରକ୍ଷିତ ଜଙ୍ଗଲରୁ ୭୪ ଗୋଟି ଶାଳ ସାଇଜ ନେଉଥିବା ଜଣାପଡିଛି।ଅଟକ ରଖାଯାଇଥିବା ତିନି ଜଣ ଅଭିଯୁକ୍ତ ମାନେ ଲିମ ଅଡାର ଗ୍ରାମର (୧) ମିଥୁନ ନାଏକ , ବୟସ -୩୨ ବର୍ଷ,ପିତା ରାମେଶ୍ଵର ନାଏକ (୨) ଦାସ ମାଝୀ, ବୟସ- ୩୪ ବର୍ଷ,ପିତା -ଜିମ୍ବିରି ମାଝୀ ଏବଂ (୩)ଗଣପତି ମାଝୀ, ବୟସ-୪୨ ବର୍ଷ,, ପିତା ଲାଲମଣି ମାଝୀ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଜାରି ରହିଛି ।

