ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬, ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ

Date:

Share post:

ଭୁବନେଶ୍ୱର, (୧୭/୦୬) : ଆପ୍ର : ଆସୁଛି ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’। ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ ।

ଆସନ୍ତାକାଲି କଟକରେ ବଡ଼ କାର୍ଯ୍ୟକ୍ରମ ହେବ। କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଓ ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’ ଆୟୋଜନ ହେବ । ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।ସ୍ୱତନ୍ତ୍ର ଲୋକ ଅଦାଲତ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହେବ ।

ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ତଥା OSLSA ର ପାଟ୍ରନ୍-ଇନ୍-ଚିଫ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ତାଙ୍କ ସହ ହାଇକୋର୍ଟଙ୍କ ଅନ୍ୟାନ୍ୟ ବରିଷ୍ଠ ବିଚାରପତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ମୁଖ୍ୟ ବିଚାରପତି ଏହି ଅବସରରେ ‘ସମାଧାନ ସମାରୋହ-୨୦୨୬’ ର ମହତ୍ତ୍ୱ ଓ ଏହାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବେ । ବିକଳ୍ପ ବିବାଦ ସମାଧାନ ମାଧ୍ୟମରେ ଅତି ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ କରି ସାଧାରଣ ଜନତାଙ୍କ ପାଖରେ ମୁହଁରେ ନ୍ୟାୟ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ । ସେହିପରି କୋର୍ଟର ବୋଝ କମ୍ କରିବା ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତର ଲକ୍ଷ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...