Homelocalରଜ ମଉଜ ପାଳିଲେ ଝଞ୍ଜାବତୀ ମହିଳା ୱାକର୍ଷ କ୍ଲବ

ରଜ ମଉଜ ପାଳିଲେ ଝଞ୍ଜାବତୀ ମହିଳା ୱାକର୍ଷ କ୍ଲବ

ରାୟଗଡା, (୧୬/୦୬) : ଆପ୍ର : ଝଞ୍ଜାବତୀ ମହିଳା ୱାକର୍ଷ କ୍ଳବ୍ ପାଳିଲେ ରଜ ମଉଜ । କ୍ଳବର ସଭାପତି ଶ୍ରୀମତୀ ଅନୁସୟା ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା କାର୍ଯ୍ଯକ୍ରମ।WhatsApp Image 2026 06 16 at 10.03.41

ମହାଆଡମ୍ବରରେ ରଜ ମଉଜରେ ସାମିଲ୍ ହୋଇଥିଲେ ୱାକର୍ଷ କ୍ଳବରେ ଥିବା ସମସ୍ତ ସଦସ୍ୟା, ସ୍ଥାନିୟ ମହିଳା ଏବଂ ଝିଅ ମାନେ । ରଜ ପର୍ବ ପାଳନରେ ଉପସ୍ଥିତ ସଦସ୍ୟା ଏବଂ ଝିଅ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ରଜ ଉତ୍ସବଟିକୁ ଆକର୍ଷଣୀୟ ଏବଂ ସ୍ମରଣୀୟ ମୁହୂର୍ତ୍ତ କରିବା ପାଇଁ ଆରମ୍ଭ ହୋଇଥିଲା ଦଳି ଖେଳ ସାଙ୍ଗକୁ, ବିଭିନ୍ନ ପ୍ରକାର ପ୍ରତିଯୋଗିତା । ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟ, ଗୀତ, ଫ୍ୟାସନ୍ ସୋ, ଏବଂ ମେହେନ୍ଦି ଭଳି ପ୍ରତିଯୋଗୀତା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ୱାକର୍ଷ କ୍ଳବ୍ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବାଉରୀ, ଆଇନଜିବୀ ଶ୍ରୀମତୀ ସୁଭ୍ରା ପଣ୍ଡା, ଶିକ୍ଷାବିତ ଶ୍ରୀମତୀ ମହେଶ୍ୱେତା ପାଣିଗ୍ରାହୀ ଯୋଗ ଦେଇଥିଲେ ।

ଅତିଥି ମାନେ ରଜ ପର୍ବର ପରମ୍ପରା ଓ ନାରୀ ସଶକ୍ତିକରଣ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ। ସମ୍ପାଦିକା ଶ୍ରୀମତୀ ରୀତା ରାଣୀ ମିଶ୍ର କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଉପସ୍ଥିତ ସଦସ୍ୟା ଓ ଅତିଥିମାନେ ରଜ ଉତ୍ସବର ଆନନ୍ଦ ଉପଭୋଗ କରିବା ସହ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ। ଝଞ୍ଜାବତୀ ମହିଳା ୱାକରସ୍‌ କ୍ଲବର ଏହି ଆୟୋଜନ ସ୍ଥାନୀୟ ଅଞ୍ଚଳରେ ରଜ ପର୍ବର ପରମ୍ପରାକୁ ପ୍ରତିପାଦନ କରିଛି ।

ଓଡ଼ିଆ ପରମ୍ପରାର ସମସ୍ତ କାର୍ଯ୍ଯକ୍ରମ ପାଳନ କରିବା ସହିତ, ବୃକ୍ଷ ରୋପଣ, ବୃଦ୍ଧାଶ୍ରମରେ ରନ୍ଧା ଓ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ, ଅନାଥ ଆଶ୍ରମରେ ଯଥା ସମ୍ଭବ ବସ୍ତ୍ର, ଜୋତା ଖାତା, ବହି ବଣ୍ଟନ ସହିତ ସ୍ଥାନେ ସ୍ଥାନେ ପାନୀୟ ଜଳର ସେଵା କରିବା ଏବଂ ସ୍ବଚ୍ଛ ଭାରତ ଭଳି କାର୍ଯ୍ଯକ୍ରମ, ଏବଂ ଗରିବ ଲୋକଙ୍କୁ ଛତା, ଜୋତା ପ୍ରଦାନ ଭଳି ସେଵା ଅନୁଷ୍ଠାନର ପକ୍ଷରୁ କରାଯାଉଛି ବୋଲି କହିଛନ୍ତି ଉପସଭାପତି ଦାୟିତ୍ବରେ ଥିବା ଶ୍ରୀମତୀ ରଶ୍ମି ବାଳା ପାଣିଗ୍ରାହୀ ଏବଂ ସୁଜ୍ଞାନି ପାଢ଼ୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments