Homelocalରାଇକିଆ ଶିଶୁ ମନ୍ଦିର ରେଓବିଭିନ୍ନ ଜାଗା ରେ ଜନ୍ମାଷ୍ଟମୀ ପାଳିତ

ରାଇକିଆ ଶିଶୁ ମନ୍ଦିର ରେଓବିଭିନ୍ନ ଜାଗା ରେ ଜନ୍ମାଷ୍ଟମୀ ପାଳିତ

ରାଇକିଆ, (୦୫/୦୯) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ଵତୀ ଶିଶୁ ମନ୍ଦିରରେ ଓ ଅନ୍ୟ ଜାଗା ରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି ।WhatsApp Image 2026 09 05 at 13.06.39 1

ବିଦ୍ୟାଳୟ ପରିସର ରେ ଛାତ୍ରୀଛାତ୍ରମାନଙ୍କ ଦ୍ବାରା ରାଧା କୃଷ୍ଣ ବେଶ ପ୍ରତିଯୋଗିତା ହୋଇଥିଲା । ଗୁରୁମା ଗୁରୁଜୀମାନେ ଶ୍ରୀକୃଷ୍ଣ ଜନ୍ମ ଏବଂ ଜନ୍ମାଷ୍ଟମୀ ପାଳନ ସଂପର୍କରେ କହିବା ସହ ଶ୍ରୀକୃଷ୍ଣ ଙ୍କ ମାହାତ୍ମ୍ୟ ଉପରେ ଆଲୋକ ପାତ କରିଥିଲେ । ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦଧି ହାଣ୍ଡି ଭଞ୍ଜନ ଏବଂ ନୃତ୍ୟ ପରିବେଷଣ ପରେ ଛାତ୍ରୀଛାତ୍ର ମାନେ ଏକ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ନଗର ପରିକ୍ରମା କରିଥିଲେ ।

ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ମୁଖ୍ୟସଭାପତି ରମେଶ ବିଶ୍ବାଳ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଦାୟିତ୍ବ ରେ ଥିବା ଯୋନେସ ପ୍ରଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୟଶ୍ରୀ ପାତ୍ର, ରୀତା ଆଚାର୍ଯ୍ୟ, ବିବେକାନନ୍ଦ ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ଶୁଭ୍ରାଂଶୁ ପାତ୍ରଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଓ ବହୁ ସୁନ୍ଦର୍ ଭାବେ ପାଳନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments