ଗୁଣପୁର, (୫/୯) : ଆପ୍ର : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଯଥାରୀତି ପାଳନ ହୋଇଯାଇଛି ।
ଇତି ଅବସରରେ ଜଗତ୍ ଗୁରୁ ଲୀଳାମୟ ପୁରୁଷ ଭଗବାନ ବାଳକୃଷ୍ଣଙ୍କ ପୂଜନ,ପ୍ରସାଦ ସେବନ ଓ ଝୁଲଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ପୂଜାରେ ଉପବେସନ କରିଥିଲେ । ଅନୁଷ୍ଠାନର ନୂତନ ସଂପାଦକ ଦଣ୍ଡପାଣି ଭୂୟାଁ ,ସଭାପତି ଜଗନ୍ନାଥ ପଟ୍ଟନାୟକ , ଯୁଗ୍ମ ସଂପାଦକ କାଳୀ ଚରଣ ରଥ , ଉପସଭାପତି ଅମ୍ବିକାରାଣୀ ମହାପାତ୍ର,ପୂର୍ଵତନ କୋଷାଧ୍ୟକ୍ଷ ପି ଗୋବିନ୍ଦ ରାଓ ଓ ସଦସ୍ୟା ପ୍ରତିଭା ରଥ ଉପସ୍ଥିତ ଥିଲେ । ବରିଷ୍ଠ ସଂଘକାର୍ଯ୍ୟ କର୍ତ୍ତା ବାମଦେବ ପଟ୍ଟନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ ।
କନିଷ୍ଠ ଶିଶୁମାନେ କୃଷ୍ଣ,ରାଧା ଓ ବଳରାମ ଆଦି ବେଶରେ ଆଭୂଷିତ ହୋଇ ସ୍ଥାନୀୟ ପୁରୁଣା ରାଧାକୃଷ୍ଣ ମନ୍ଦିର,ମଦନମୋହନ ମନ୍ଦିର ଓ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରକୁ ପରିକ୍ରମାରେ ବାହାରିଥିଲେ । ତତ୍ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ଶିଶୁ ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା , ଯାହାକି ବେଶ୍ ଚିତ୍ତାକର୍ଷକ ଥିଲା । ପରିଶେଷରେ ଶିଶୁମାନଙ୍କ ଦ୍ୱାରା ଦଧିହାଣ୍ଡି ଭଙ୍ଗନ କରାଯାଇଥିଲା ।

