ରାଇକିଆ, (୨୦/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ବ୍ଲକ ପରିସରରେ ‘ଭୀମ ଭୋଇ ସାମର୍ଥ୍ୟ ଅଭିଯାନ’ (BBSA) ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ରାଇକିଆ ବ୍ଲକ ଉନ୍ନୟନ ଅଧିକାରୀ (BDO) ଡ. ସବ୍ୟସାଚୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଇକିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ପ୍ରଧାନ, କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ପି. ପଦ୍ମା, ବାଲିଗୁଡ଼ା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ମମିତା ପ୍ରଧାନ ଏବଂ ରାଇକିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କ କଲ୍ୟାଣ ତଥା ସରକାରୀ ଯୋଜନାର ସୁଫଳ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ-ସଭ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଶିବିର ପଞ୍ଜୀକରଣ ଓ ଚିହ୍ନଟ
● ମୋଟ ପଞ୍ଜୀକରଣ: ୩୬୬ ଜଣ
● ୟୁଡିଆଇଡି (UDID) ପ୍ରମାଣପତ୍ର ପାଇଁ ଯୋଗ୍ୟ ବିବେଚିତ: ୨୮୨ ଜଣ
ଭିନ୍ନକ୍ଷମତା / ରୋଗର ବର୍ଗ ହିତାଧିକାରୀଙ୍କ ସଂଖ୍ୟା
ଶାରୀରିକ / ଅସ୍ଥିଶଲ୍ୟ ଭିନ୍ନକ୍ଷମ (Orthopedic Disability) ୧୬୪
ସେରେବ୍ରାଲ ପାଲସି / ମାନସିକ ଅନଗ୍ରସରତା (Cerebral Palsy / Intellectual Disability) ୫୪
ଦୃଷ୍ଟିବାଧିତ (Visual Impairment) ୪୪
ସିକିଲ୍ ସେଲ୍ (Sickle Cell Disease) ୨
ଡାକ୍ତରୀ ଦଳ ଦ୍ୱାରା ଯୋଗ୍ୟ ହିତାଧିକାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଶେଷ କରାଯାଇଛି । ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ କର୍ମଚାରୀଙ୍କ ସହଯୋଗରେ ସମଗ୍ର ଶିବିରଟି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି ।

