୩୦ ବୋତଲ କଫ ସିରପ , ୫ ଟି ମୋବାଇଲ , ୨ ଲକ୍ଷ୍ୟ ୯୨ ହଜାର ୯୫୦ ଟଙ୍କା ଜବତ : ୪ ଗିରଫ

Date:

Share post:

ସୁବର୍ଣ୍ଣପୁର, (୦୬/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ପୁଲିସ ଗଜବନ୍ଧ ଗାଁ ନିକଟରେ ପେଟ୍ରୋଲିଂ କରୁଥିଲା ।

ପେଟ୍ରୋଲିଂ ବେଳେ ପୁଲିସ ର ସନ୍ଦେହ ହେବାରୁ ଓଡ଼ି ୩୧ ଏଫ୍ ୯୦୭୦ (OD31 F-9070) ବଜାଜ ସିଟି ୧୦୦ ବାଇକକୁ ଯାଞ୍ଚ କରିଥିଲା । ଉକ୍ତ ବାଇକ ରେ କଫ ସିରପ ଥିବା ଜଣା ପଡିଥିଲା । ରାମପୁର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ବିଶ୍ୱମ୍ବରନାଥ ପାଣ୍ଡେଙ୍କ ଉପସ୍ଥିତିରେ ବାଇକ ଡ଼ିକିରୁ ୧୦୦ ଏମ୍ଏଲ୍ ୩୦ ବୋତଲ କଫ ସିରପ ୨ ଲକ୍ଷ ୯୨ ହଜାର ୯୫୦ ଟଙ୍କା, ବାଇକ, ୫ଟି ମୋବାଇଲ ଫୋନ, ଏଟିଏମ କାର୍ଡକୁ ପୁଲିସ ଜବତ କରିଛି । ଏ ସମ୍ପର୍କରେ ପୁଲିସ ରାମପୁର ଥାନାରେ ଏକ ମକଦ୍ଦମା ରୁଜୁ କରିବା ସହ ୪ ଜଣକୁ ଗିରଫ କରିଛି । ସେମାନେ ହେଲେ ରାମପୁର ଥାନା ଗଜବନ୍ଧ ଗାଁ’ର କେଶବ ବେହେରା, ଡୁଙ୍ଗୁରିପାଲି ଥାନା ର ପ୍ରମୋଦ ମେହେର ଓ ବସିଷ୍ଠ ମେହେର, ରାମପୁର ଥାନା ଅନ୍ଧାରୀବାଞ୍ଜି ଗାଁ’ର ସଚିତା ବେହେରା । ଗିରଫ କରିବା ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...