Homelocalସ୍ଥାୟୀ ପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର

ସ୍ଥାୟୀ ପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର

ମୁରିବାହାଲ, (୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ହଳଦୀ ମୌଜା ସ୍ଥାୟୀ ବାସିନ୍ଦା ସରକାରୀ ଜାଗାରେ ବାସ କରୁଥିବା ସ୍ଥାୟୀ ପଟ୍ଟା ପାଇଁ ତହସିଲଦାର ଜଗଦୀଶ କର୍ତ୍ତାମୀ ଙ୍କୁ ଶନିବାର ଏକ ଦାବିପତ୍ର ଦେଇଛନ୍ତି ।

ହଳଦୀ ମୌଜା ରେ ୬୦ବର୍ଷ ରୁ ଉର୍ଦ୍ଧ ନିଜସ୍ୱ ଘରଡିହି କରି ସରକାରୀ ଜାଗାରେ ଓବିଶି, ଜେନେରାଲ, ଏସଟି, ଏସସି ସବୁ ବର୍ଗର ବସବାସ କରୁଥିବା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଯୋଜନା ରୁ ପାଇଖାନା, ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, କଂକ୍ରିଟ ରାସ୍ତା, ଆଲୋକିକରଣ ଭଲି ସରକାରୀ ଯୋଜନା ପାଉଥିବା ଜଣାଇଛନ୍ତି । ସ୍ଥାନୀୟ ରାଜସ୍ବ ନିରକ୍ଷକ କାର୍ଯ୍ୟାଳୟ କୁ ଅନେକଥର ଜଣାଇଥିଲେ ମଧ୍ୟ ରାଜସ୍ବ ନିରକ୍ଷକ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ।

ଏଣୁ ଆପଣ ତୁରନ୍ତ ରାଜସ୍ବ ନିରକ୍ଷକଙ୍କୁ ସରକାରୀ ପ୍ରକ୍ରିୟା ଆରମ୍ଭ କରିବାପାଇଁ ନିର୍ଦ୍ଦେଶ ଦେବାପାଇଁ ଦାବିପତ୍ର ରେ ଜଣାଇଛନ୍ତି । ଦାବିପତ୍ର ଦେବା ସମୟରେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, କ୍ଷୀରସିନ୍ଧୁ ହାତୀ, ଗୋବିନ୍ଦ ବାଗ, ଦୈତାରୀ ବାଗ, ଉଲ୍ଲାସ ସିଂ ଭୋଇ, ପଙ୍କଜିନୀ ଭୁକ୍ତା, ପାଣ୍ଡଵ ଭୁକ୍ତା, ଖଗେଶ୍ୱର ବାଗ, ଶେଷଦେବ ରଣା, ଚୈତନ୍ୟ ଭୋଇ, ପ୍ରଦୀପ ସେଲମା, ଧନମାଳୀ ନାଗ ପ୍ରମୁଖ ସାମିଲ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments