Homebreaking news୧୦ କିଲୋ ଗଂଜେଇ ଜବତ : ୨ ଗିରଫ

୧୦ କିଲୋ ଗଂଜେଇ ଜବତ : ୨ ଗିରଫ

ସୁବର୍ଣ୍ଣପୁର, (୦୫/୦୬) : ଆପ୍ର : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଇକ ରେ ଭର୍ତ୍ତି ୧୦ କିଲୋ ୫୩୦ ଗ୍ରାମ ଗଞ୍ଜେଇ ଜବତ କରି ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ରାମପୁର ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାମପୁର -ବରପାଲି ରାସ୍ତାର ବୋଡର ନିକଟ ସାରସମାଲ ଛକରେ ପୁଲିସ ଏକ ବାଇକ କୁ ସନ୍ଦେହ କରି ଅଟକାଇ ଥିଲା । ବାଇକର ଡ଼ିକିକୁ ଯାଞ୍ଚ କରିବାରୁ ସେହିରୁ ଗଞ୍ଜେଇ ବାହାରି ଥିଲା । ରାମପୁର ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ବିଷମ୍ବର ପାଣ୍ଡେ ଙ୍କ ଉପସ୍ଥିତ ରେ ଗଞ୍ଜେଇ କୁ ପୁଲିସ ଓଜନ କରିଥିଲା । ଓଜନ କଳା ପରେ ୧୦କିଲୋ ୫୩୦ଗ୍ରାମ ଗଞ୍ଜେଇ ବାହାରିଥିଲା ।

ଗଞ୍ଜେଇ ସହ ବାଇକ ଗାଡି ନମ୍ବର tvs star sports ଯାହାର ଗାଡି ନମ୍ବର OD 03Q 0712 କୁ ପୁଲିସ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଗଞ୍ଜେଇ ମାଫିଆ କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ସିଂପୁର ଗ୍ରାମର ନୀଳାମ୍ବର ତାଣ୍ଡି (୩୬)ଓ କଳାହାଣ୍ଡି ଜିଲା ଏମ ରାମପୁର ଥାନା ତାଳନୁଆଗାଁ ଗ୍ରାମର ଅକ୍ଷୟ କୁମାର (୨୪)କୁ ପୁଲିସ ଗିରଫ କରି କେଶ ନଂ ୧୪୯ /୨୬ ରେ ଏଣ୍ଡିଡିପିସି ଆକ୍ଟ ରେ ମାମଲା ୠଜୁ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନା ମଞ୍ଜୁର ହେବାରୁ ନୀଳାମ୍ବର ଓ ଅକ୍ଷୟ କୁ ଜେଲ ହାଜତ କୁ ପଠାଇ ଥିବା ଥାନା ଅଧିକାରୀ ବିନୋଦିନୀ ବରିହା ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments